ଓଡିଶା

odisha

ETV Bharat / city

ହାଥରସ ଗଣଦୁଷ୍କର୍ମ ଘଟଣାର ନ୍ୟାୟିକ ଯାଞ୍ଚ ଦାବି କଲା 'ଆମେ ଭାରତୀୟ ସଂଗଠନ' - ହାଥରସ ଗଣଦୁଷ୍କର୍ମ ଘଟଣାର ନ୍ୟାୟିକ ଯାଞ୍ଚ ଖବର

ରାଜଧାନୀ ଭୁବନେଶ୍ବରରେ ହାଥରସ ଗଣଦୁଷ୍କର୍ମ ଘଟଣାର ନ୍ୟାୟିକ ଯାଞ୍ଚ ଦାବି କରି ବିକ୍ଷୋଭ ପ୍ରଦର୍ଶନ କଲା ଆମେ ଭାରତୀୟ ସଂଗଠନ । ସଚ୍ଛ ଓ ନିରପେକ୍ଷ ଭାବରେ ତଦନ୍ତ ପାଇଁ ନ୍ୟାୟିକ ତଦନ୍ତ ଦାବି କରିଛି । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ଘଟଣାର ନ୍ୟାୟିକ ଯାଞ୍ଚ ଦାବି କଲା 'ଆମେ ଭାରତୀୟ ସଂଗଠନ'
ହାଥରସ ଗଣଦୁଷ୍କର୍ମ ଘଟଣାର ନ୍ୟାୟିକ ଯାଞ୍ଚ ଦାବି କଲା 'ଆମେ ଭାରତୀୟ ସଂଗଠନ'

By

Published : Oct 4, 2020, 10:14 PM IST

ଭୁବନେଶ୍ବର: ହାଥରସ ଘଟଣାର ନ୍ୟାୟିକ ଯାଞ୍ଚ ଦାବି କରି ପ୍ରଦର୍ଶନ । ରାଜଧାନୀ ଭୁବନେଶ୍ବରରେ ଆମେ ଭାରତୀୟ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋଚିତ୍ରକୁ ପୋଡିବା ସହ କ୍ୟାଣ୍ଡେଲ ମାର୍ଚ୍ଚ କରିଥିଲେ । ହାଥରସ ଘଟଣାର ନ୍ୟାୟିକ ଯାଞ୍ଚ କରି ସତ୍ୟ ପଦାକୁ ଆଣିବା ପାଇଁ ଦାବି କରିଛନ୍ତି ।

ହାଥରସ ଗଣଦୁଷ୍କର୍ମ ଘଟଣାର ନ୍ୟାୟିକ ଯାଞ୍ଚ ଦାବି କଲା 'ଆମେ ଭାରତୀୟ ସଂଗଠନ'

ଉତ୍ତରପ୍ରଦେଶର ହାଥରସରେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣାରେ ନ୍ୟାୟିକ ଯାଞ୍ଚ ଦାବିରେ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରେ ଆମେ ଭାରତୀୟ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଆମେ ଭାରତୀୟ ସଂଗଠନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନରେ ସ୍ଥାନୀୟ ସରକାରର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ତେବେ ସରକାର ଏହି ଘଟଣାକୁ ସିବିଆଇ ତଦନ୍ତ ଦେଇଥିବାବେଳେ ପୀଡିତାଙ୍କ ପିତା ଏଥିରେ ଆପତ୍ତି ଉଠାଇଛନ୍ତି। ଏହି ଘଟଣାକୁ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ଵାରା ନ୍ୟାୟିକ ଯାଞ୍ଚ କରିବାକୁ ଦାବି କରିଛନ୍ତି।

ଦେଶର ବିଭିନ୍ନ ସଂଗଠନ ମାନେ ବିରୋଧ କରୁଛନ୍ତି । ଏହା ସହ ସରକାର ଏହାକୁ ମାନି ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଆମେ ଭାରତୀୟ ସଂଗଠନର ସଦସ୍ୟ ସୁରେଶ ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details