ଓଡିଶା

odisha

ETV Bharat / city

କୋଭିଡ ମୁକାବିଲା; 8 ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ - health minister

ଆଜି (ବୁଧବାର) କୋଭିଡ ସ୍ଥିତି ସମୀକ୍ଷା ନେଇ 8 ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୈଠକ । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

By

Published : May 12, 2021, 1:39 PM IST

ଭୁବନେଶ୍ବର:ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଏନେଇ ସ୍ବାସ୍ଥ୍ୟ ବିଭାଗ ତୁହାକୁ ତୁହା ବୈଠକ କରୁଛି । ଆଜି (ବୁଧବାର) କୋଭିଡ ସ୍ଥିତି ସମୀକ୍ଷା ନେଇ 8 ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୈଠକ ।

ଓଡିଶା, ଜାମ୍ମୁ-କାଶ୍ମୀର,ଉତ୍ତରାଖଣ୍ଡ,ହରିୟାଣା, ପଞ୍ଜାବ,ବିହାର, ଝାଡଖଣ୍ଡ ଓ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସମୟ 2ଟା 30ରୁ 4ଟି 30 ଭିତରେ ବୈଠକ ବସିବା ନେଇ ସୂଚନା ମିଳିଛି । ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବୈଠକରେ ଉପସ୍ଥିତ ରହିବେ ।

ପ୍ରଥମ ଡୋଜ ନେଇଥିବା ସମସ୍ତ ହିତାଧିକାରୀଙ୍କୁ ଦ୍ବିତୀୟ ଡୋଜ ପାଇଁ ପ୍ରାଥମିକତା ଦିଆଯାଉ ଏବଂ ଏଥିପାଇଁ କେନ୍ଦ୍ରୀୟ ପୁଲରୁ ଯୋଗାଯାଇଥିବା ସଟଗୁଡିକର ଅତିକମରେ 70 ପ୍ରତିଶତ ସଂରକ୍ଷିତ କରାଯାଉ ବୋଲି ମଙ୍ଗଳବାର ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହା ସହିତ ଟୀକାକରଣର ଗୁରୁତ୍ବ ବଢାଇବା ସହିତ ଦୁଇଟି ଟିକା ସହ ଟୀକୀକରଣ ଶେଷ କରିବାକୁ ସଚେତନତା ଅଭିଯାନ ଆରମ୍ଭ କରିବାକୁ କହିଥିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details