ଭୁବନେଶ୍ବର:ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଉ ଆଜିବି ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ । ତେଣୁ ଘରେ ଘରେ ପଣାର ଆସର ସହିତ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହାସହ ମହାବୀରଙ୍କ ନିକଟରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ତେବେ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ବତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଆଜିର ଦିନରେ ଭୁବନେଶ୍ବର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଭିଡ ଲାଗିଛି ।
ଆଉ ଆଜି ହନୁମାନ ଜୟନ୍ତୀ ଥିବାରୁ ୟୁନିଟ 1ରେ ୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ଦୁଇ ବର୍ଷର କୋଭିଡ କଟକଣା ପରେ ଭକ୍ତକୁ ଭଗବାଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମନ୍ଦିର ପରିସରରେ ବସି ହନୁମାନ ଚାଳିସା ପଢୁଛନ୍ତି ଭକ୍ତ । ଏହାକୁ ନେଇ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି ।