ଭୁବନେଶ୍ବର: ରାସ୍ତା କଡରେ ଝୁଲିଛି ମୃତଦେହ। ନୟାପଲ୍ଲୀ ଥାନା ଫାୟାର ଷ୍ଟେସନରୁ ସିଆରପି ଆସିବା ବାଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏକ ବରଗଛ ଓହଳ ନଟିରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।
ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ସନ୍ଦେହ କରାଯଉଛି। ଏପଟେ ଖବରପାଇ ପୋଲିସ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।