ଭୁବନେଶ୍ବର: ବୟନିକା ପକ୍ଷରୁ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ । ପ୍ରଦର୍ଶନୀ ପଡିଆ ଠାରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହାକୁ ଉଦଘାଟନ କରିଛନ୍ତି । ଆଜିଠାରୁ ଅର୍ଥାତ୍ ଅଗଷ୍ଟ 27 ତାରିଖରୁ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା । ପ୍ରତିଦିନ ସକାଳ 11ଟାରୁ ରାତି 9 ଟା ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ଜଣାପଡିଛି ।
ପ୍ରଦର୍ଶନୀ ପଡିଆରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ - ହସ୍ତତନ୍ତ ମେଳା ଉଦଘାଟିତ
ବୟନିକା ପକ୍ଷରୁ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ । ପ୍ରଦର୍ଶନୀ ପଡିଆ ଠାରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହାକୁ ଉଦଘାଟନ କରିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏହି ପ୍ରଦର୍ଶନୀରେ 34ଟି ବୟନଶିଳ୍ପ ସହିତ ସଂଶ୍ଲିଷ୍ଟ ସମବାୟ ସମିତି ଅଂଶଗ୍ରହଣ କରିଛନ୍ତି । ଏଠାରେ ଓଡିଆ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ବସ୍ତ୍ରରେ ସ୍ବତନ୍ତ୍ର ରିହାତି ରହିଛି । ଯାହାକି ଗ୍ରାହକଙ୍କୁ ବସ୍ତ୍ର କିଣିବାରେ ସୁବିଧା ହେବ ବୋଲି କୁହାଯାଉଛି । ତେବେ ଆଜିର ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ ଶାସନ ସଚିବ ଶୋଭ ଶର୍ମା, ବୟନିକା ସଭାପତି ଶେଷ କୁମାର ମେହେର, ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ