ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ କଟନ ପ୍ରଦର୍ଶନୀ: 22 ରାଜ୍ୟର 122 ହସ୍ତଶିଳ୍ପୀଙ୍କ ଯୋଗଦାନ - ସ୍ମାର୍ଟସିଟିରେ କଟନ ପ୍ରଦର୍ଶନୀ

ଶୁକ୍ରବାର ମେଳାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି । ଆଗାମୀ ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 31, 2019, 6:34 AM IST

Updated : Aug 31, 2019, 7:51 AM IST

ଭୁବନେଶ୍ବର: ରାଜଧାନୀବାସୀଙ୍କ ଲାଗି ଦେଶର ବିଭିନ୍ନ ପ୍ରଦେଶରୁ ରେଶମ ଓ ସୂତାବସ୍ତ୍ରର ସମ୍ଭାର ନେଇ ଆୟୋଜିତ ହୋଇଛି କଟନ ଫ୍ୟାବ ପ୍ରଦର୍ଶନୀ । ପ୍ରତିବର୍ଷ ଭଳି ଏଥର ମଧ୍ୟ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଏହା ଉଦଘାଟିତ ହୋଇଛି । ଯେଉଁଠି ସ୍ମାର୍ଟସିଟିବାସୀଙ୍କୁ ବେଶ ମନଲୋଭା ଏବଂ ଆକର୍ଷଣୀୟ ବସ୍ତ୍ର ସୁଲଭ ମୂଲ୍ୟରେ କିଣିବାର ସୁଯୋଗ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

11ତମ ସଂସ୍କରଣର ଏହି ପ୍ରଦର୍ଶନୀରେ 22ଟି ରାଜ୍ୟର 122 ଜଣ ହସ୍ତଶିଳ୍ପୀ ଯୋଗ ଦେଇଛନ୍ତି । ଏଠାରେ ବିଭିନ୍ନ ରାଜ୍ୟର କଟନ କପଡାର ସମାଗମ ହୋଇଛି । ଏଥିମଧ୍ୟରେ ରହିଛି ଲକ୍ଷ୍ନୌର ଚିକେନ ୱାକ ଡ୍ରେସ ମେଟ୍ରିଆଲ୍ସ, ଶାଢୀ, କୁର୍ତ୍ତା ପାଇଜାମା, ଟପ୍ସ ଏବଂ ଗୁଜୁରାଟର ଏଥେନିକ ପ୍ରିଣ୍ଟ, ରାଜସ୍ଥାନର ବ୍ଲକ ପ୍ରିଣ୍ଟେଡ, କୋଟା ଦରି ଡ୍ରେସ ମେଟ୍ରିଆଲ୍ସ, ଲେହେଙ୍ଗା, ଛୋଲି, ମଲମଲ ଇତ୍ୟାଦି । ସେହିପରି ପଞ୍ଜାବର ଫୁଲକରି ଡ୍ରେସ, ମଧ୍ୟପ୍ରଦେଶର ଚନ୍ଦେରି, ମହେଶ୍ୱରୀ, ବାଟିକ ପ୍ରିଣ୍ଟ ଏବଂ ଉତ୍ତରପ୍ରଦେଶର ବନାରସ ସିଲ୍କ ଓ ଆନ୍ଧ୍ର ପ୍ରଦେଶର କଲାମକେରି ଭେଜିଟେବୁଲ ଡାୟଡ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ।

ଏହା ସାଙ୍ଗକୁ ବିଭିନ୍ନ ପ୍ରକାରର ଗହଣା ଓ ହସ୍ତତନ୍ତ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି । ବିଗତ ବର୍ଷରେ ଏହି ପ୍ରଦର୍ଶନୀରେ ଓଡିଆ ଲୋକେ ଏହି ସବୁ ସାମଗ୍ରୀକୁ ବହୁତ ପସନ୍ଦ କରିଥିଲେ । ଏଥର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗର ଆଶାପୋଷଣ କରିଛନ୍ତି ।

ଶୁକ୍ରବାର ଏହି ମେଳାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି । ଏହା ଆଗାମୀ ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଦର୍ଶନୀର ସମ୍ପାଦକ ଜାଭେଦ ଆଲାମ ପ୍ରକାଶ କରିଛନ୍ତି । ବିଗତ ବର୍ଷର ପ୍ରଦର୍ଶନକୁ ଲକ୍ଷ୍ୟ କରି ଏଥର ବ୍ୟବସାୟ ଏକ କୋଟି ଟଙ୍କା ଟପିବ ବୋଲି ଆଲାମ ଆଶାପ୍ରକଟ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 31, 2019, 7:51 AM IST

ABOUT THE AUTHOR

...view details