ଭୁବନେଶ୍ବର:ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ଲେଡି ଇନଷ୍ଟ୍ରକ୍ଟର ମଧୁମଞ୍ଜରୀ ଧଳକୁ ଗିରଫ କରିଛି କମିସନରେଟ ପୋଲିସ । ଗତକାଲି ଏୟାରପୋର୍ଟ ଥାନାରେ ଆଉ ଜଣେ ଭିନ୍ନକ୍ଷମଙ୍କ ଅଭିଯୋଗ ପରେ ଯୌନ କେଳେଙ୍କାରୀ ପଛରେ ମାଷ୍ଟରମାଇଣ୍ଡ ସୁରେଶ ବେହେରାର ସହଯୋଗୀକୁ ଗିରଫ କରିଛି ପୋଲିସ । ଯାହାର ଘର ବ୍ରଜନଗର ପାଣିକୋଇଲି ଯାଜପୁର ବୋଲି ଜଣାପଡିଛି । ଆଇପିସିର ଧାରା ୨୯୪, ୩୪୧, ୫୦୬ ଆଦି ମାମଲାରେ ଗିରଫ କରିଛି ପୋଲିସ ।
ଭିନ୍ନକ୍ଷମ ମହିଳାକୁ ଯୌନ ନିର୍ଯ୍ୟାତନା ଘଟଣା; ଗିରଫ ହେଲା ରାଣୀ ମହୁମାଛି - Commissionerate police arrest madhumanjari dhal
ଭିନ୍ନକ୍ଷମ ମହିଳା ଯୁବତୀଙ୍କୁ କରୁଥିଲା ଶୋଷଣ । ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲା ରାଣି ମହୁମାଛି । ଭିନ୍ନକ୍ଷମ ଯୌନ ଶୋଷଣ ମାମଲାରେ ଗିରଫ ହେଲା ସୁରେଶର ସହଯୋଗୀ । ଅଧିକ ପଢନ୍ତୁ...
![ଭିନ୍ନକ୍ଷମ ମହିଳାକୁ ଯୌନ ନିର୍ଯ୍ୟାତନା ଘଟଣା; ଗିରଫ ହେଲା ରାଣୀ ମହୁମାଛି ଭିନ୍ନକ୍ଷମ କଲ୍ଯାଣ ମହାସଙ୍ଘରେ ଲେଡି ଇନଷ୍ଟ୍ରକ୍ଟର ମଧୁମଞ୍ଜରୀ ଧଳକୁ ଗିରଫ](https://etvbharatimages.akamaized.net/etvbharat/prod-images/768-512-10462577-thumbnail-3x2-bbsr.jpg)
ଭିନ୍ନକ୍ଷମ କଲ୍ଯାଣ ମହାସଙ୍ଘରେ ଲେଡି ଇନଷ୍ଟ୍ରକ୍ଟର ମଧୁମଞ୍ଜରୀ ଧଳକୁ ଗିରଫ
ଭିନ୍ନକ୍ଷମ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରିବାରେ ଏହି ଅଭିଯୁକ୍ତ କରୁଥିଲା ସହଯୋଗ । ଯୌନଶୋଷଣ କରୁଥିବା ସଙ୍ଘର ମୁଖ୍ୟ ସୁରେଶ ବେହେରାକୁ ଶାରିରୀକ ସୁଖ ମେଣ୍ଟାଇବାକୁ ଏହି ଅଭିଯୁକ୍ତ ଦେଉଥିଲା ଚାପ । ମାନସିକ ଓ ଶାରିରୀକ ଚାପ ପକାଇ ଏଭଳି ଘୃଣ୍ୟ କାମ କରୁଥିଲା ସେ । ସହଯୋଗୀକୁ ଗିରଫ ପରେ ଏୟାରପୋର୍ଟ ଥାନା ମୁଖ୍ୟ ଅଭିଯୁକ୍ତ ସୁରେଶକୁ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ