ଭୁବନେଶ୍ବର:ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାରଣ ରାଜ୍ୟରେ ଶୀତ ଲହରୀ କିଛିଟା ହ୍ରାସ ପାଇଥିବା ବେଳେ ଲାଗି ଘନ କୁହୁଡ଼ି ଲାଗିରହୁଛି । ଦକ୍ଷିଣପଶ୍ଚିମ ମଧ୍ୟପ୍ରଦେଶରୁ ଦକ୍ଷିଣ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଗତି କରୁଛି । ଯାହାକି ବିହାରରୁ ତେଲଙ୍ଗାନା ଦେଇ ପୂର୍ବ ମଧ୍ୟପ୍ରଦେଶ ଓ ଭିଦର୍ଭ ଯାଏ ଲମ୍ବିଛି ।
ଏହି କାରଣରୁ ଆଗାମୀ ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୩ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ ।
ଏହାକୁ ନେଇ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବର୍ଷାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ତେବେ ବୌଦ୍ଧ କଣ୍ଟାମାଳ ହରଭଙ୍ଗା ଅଂଚଳରେ ଆଜି ସଂଧ୍ୟା ସମୟରେ କୁଆ ପଥର ବର୍ଷା ହୋଇଥିବା ସୂଚନା ରହିଛି ।