ଓଡିଶା

odisha

ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା, ଗିରଫ ହେଲେ ହାବିଲଦାର

By

Published : Jan 20, 2022, 11:06 AM IST

Updated : Jan 20, 2022, 2:10 PM IST

ଦୁଇ ଦୁଇଟି ବିବାହ ଆଉ ପୁଣି ପତ୍ନୀଙ୍କୁ ନିର୍ଯାତନା ଦେଇ ଫସିଛନ୍ତି ଖାକି ବାବୁ ଜଣକ । ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ହୋଇଛନ୍ତି ଧଉଳି ହାବଲିଦାର ସଦାଶିବ ସ୍ବାଇଁ । ଅଧିକ ପଢନ୍ତୁ

d
ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା

ଭୁବନେଶ୍ବର: ପୋଲିସ କର୍ମଚାରୀଙ୍କ କାରନାମା । ଦୁଇ ଦୁଇଟି ବିବାହ ଆଉ ପୁଣି ପତ୍ନୀଙ୍କୁ ନିର୍ଯାତନା ଦେଇ ଫସିଛନ୍ତି ଖାକି ବାବୁ ଜଣକ । ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ହୋଇଛନ୍ତି ଧଉଳି ହାବିଲଦାର ସଦାଶିବ ସ୍ବାଇଁ ।

ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା, ଗିରଫ ହେଲେ ହାବିଲଦାର

ସୁଚନାଅନୁସାରେ, ଧଉଳି ଥାନା ହାବିଲଦାର ସଦାଶିବ ସ୍ବାଇଁ ପ୍ରଥମ ବିବାହ କରିଥିଲେ । ପ୍ରଥମ ବିବାହର ଛାଡ଼ପତ୍ର ନଦେଇ ଏହାପରେ ବାସନ୍ତୀ ସ୍ବାଇଁ ନାମକ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ବାସନ୍ତୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । କେସ ନମ୍ବର ୦୦୯/୨୦୨୨ରେ ଆଜି ଖାକି ବାବୁ ଜଣଙ୍କୁ ବାନ୍ଧିଛି ପୋଲିସ । ଘଟଣା ନେଇ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହାବାଲିଦାରଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି କମିଶନରେଟ ପୋଲିସ ।

ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା

ତେବେ କଣ ବାସ୍ତବ ଘଟଣା ତାହା ତଦନ୍ତ ପରେ ଜଣାପଡିବ । ମହିଳାଙ୍କୁ ସୁରକ୍ଷା ନେଇ ରାଜ୍ୟରେ ମାଳ ମାଳ ବ୍ୟବସ୍ଥା । ହେଲେ ଏଠି ଖୋଦ ଜଣେ ପୋଲିସ କର୍ମଚାରୀଙ୍କ ଏପରି କାର୍ଯ୍ୟକଳାପ ମହିଳାଙ୍କୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଜଣେ ପୋଲିସ ହୋଇ ଏପରି କାଣ୍ଡ ଘଟାଇବା ଗ୍ରହଣୀୟ ନୁହେଁ ।

ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 20, 2022, 2:10 PM IST

ABOUT THE AUTHOR

...view details