ଓଡିଶା

odisha

By

Published : May 27, 2020, 2:14 PM IST

ETV Bharat / city

ଜୀବିକା ନିର୍ବାହ ପାଇଁ ଜିମ ଖୋଲିବାକୁ ସରକାରଙ୍କ ନିକଟରେ ଦାବି

ଦୀର୍ଘ 2 ମାସ ବନ୍ଦ ପଡିଛି ଜିମ ସେଣ୍ଟର । ସେପଟେ ପାର୍କ ଓ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗକୁ ଜିମ ଖୋଲିବା ନେଇ ମଧ୍ୟ ସରକାର ସ୍ପଷ୍ଟ କରୁନାହାଁନ୍ତି । ଅଧିକ ପଢନ୍ତୁ...

ଜୀବିକା ନିର୍ବାହ ପାଇଁ ଜିମ ଖୋଲିବାକୁ ସରକାରଙ୍କ ନିକଟରେ ଦାବି
ଜୀବିକା ନିର୍ବାହ ପାଇଁ ଜିମ ଖୋଲିବାକୁ ସରକାରଙ୍କ ନିକଟରେ ଦାବି

ଭୁବନେଶ୍ବର: କୋରୋନା ଲକଡାଉନ ଲକ ଜୀବିକା । ଲକଡାଉନ ଜନିତ ଯନ୍ତ୍ରଣାରେ ଜର୍ଜିରିତ ଅନେକ ବ୍ୟବସାୟୀ । ହେଲେ ଚତୁର୍ଥ ଲକଡାଉନ ପରେ ଏବେ ଧୀରେ ଧୀରେ କଟକଣା ହଟାଇବାରେ ଲାଗିଛନ୍ତି ରାଜ୍ୟ ସରକାର । ହେଲେ ଜିମ ଖୋଲିବା ନେଇ ଏଯାଏଁ କୌଣସି ସୂଚନା ଦେଇନାହାଁନ୍ତି । ଯାହାକୁ ନେଇ ଓଡିଶା ଫିଟନେସ ଟ୍ରେନର ଜିମ ଖୋଲିବାକୁ ଦାବି ଜଣାଇଛନ୍ତି ।

ଜୀବିକା ନିର୍ବାହ ପାଇଁ ଜିମ ଖୋଲିବାକୁ ସରକାରଙ୍କ ନିକଟରେ ଦାବି

ବର୍ତ୍ତମାନ ସରକାର ଅନେକ ସର୍ତ୍ତ ମୁତାବକ କୋହଳ କରି ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ମଦ ଦୋକାନ, ପାର୍କ, ଗମନା ଗମନ ସେବା ଆଦିର ପୁନଃ ଆରମ୍ଭ କରି ସାରିଲେଣି । ହେଲେ ରାଜ୍ୟରେ ଜିମ ବନ୍ଦ ରହିଥିବାରୁ ଶାରୀରିକ ସୁସ୍ଥ ରଖିବାକୁ ପ୍ରଶିକ୍ଷଣ ଦେଉଥିବା ଟ୍ରେନର ଦୀର୍ଘ ମାସ ହେବ ରୋଜଗାର ହରାଇ ବସିଥିବାବେଳେ ଆଗକୁ ଚଳିବାକ କଷ୍ଟକର ହୋଇପଡିଛି ।

ଏନେଇ ସେମାନେ ସରକାରଙ୍କ ନିକଟରେ ଯଥାଶୀଘ୍ର ଜିମ ଖୋଲିବାକୁ ଦାବି କରିଛନ୍ତି। ସରକାର ଯେଉଁ ନିର୍ଦ୍ଦେନାମା ଦେବେ ତାହାକୁ ପାଳନ କରିବେ ବୋଲି କହିଛନ୍ତି । ଏହା ସହ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରି ଖୋଲିବାକୁ ଅନୁମତି ମାଗି ଅଲ ଓଡିଶା ଫିଟନେସ ଟ୍ରେନର ବିଏମସି କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜର ଦାବି ମେଲ ପଠାଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details