ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ଜିମ୍ ମାଲିକ ସଙ୍ଘ । ବିଜେପିର ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ବୁଝାସୁଝା କରିବା ପରେ ପ୍ରତ୍ୟାହୃତ ହୋଇଥିଲା ଆନ୍ଦୋଳନ ।
ଜିମ୍ ଖୋଲିବା ଦାବି କରି ଆମରଣ ଆମରଣ ଅନଶନରେ ବସିଥିଲେ ଜିମ୍ ମାଲିକ ସଙ୍ଘର କର୍ମକର୍ତ୍ତା । ଯାହାକୁ ନେଇ ବିଜେପିର ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ସେଠାରେ ପହଞ୍ଚି ସେମାନଙ୍କୁ ଭେଟିଥିଲେ । ଭୁବନେଶ୍ବରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ଜିମ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କୁ ବୁଝାସୁଝା କରିଥିଲେ ।