ଓଡିଶା

odisha

ETV Bharat / city

୫ରୁ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ, ଡିଜିଟାଲରେ ହେବ ପ୍ରସାରଣ - ଗୁରୁ କେଳୁଚରଣ

ଆସନ୍ତା ୫ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ପାଳନ ହେବ । ଉତ୍ସବରେ ତିନିଜଣଙ୍କୁ ସମ୍ମାନିତ କରାଯିବା ନେଇ ନାମ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ଆରୁଷୀ ମୁଦଗଲ,ରାମଚନ୍ଦ୍ର ବେହେରା ଓ ବିନୋଦିନୀ ଦେବୀ ହେବେ ସମ୍ମାନିତ
ଆରୁଷୀ ମୁଦଗଲ,ରାମଚନ୍ଦ୍ର ବେହେରା ଓ ବିନୋଦିନୀ ଦେବୀ ହେବେ ସମ୍ମାନିତ

By

Published : Sep 3, 2021, 12:35 PM IST

ଭୁବନେଶ୍ବର: ଆସନ୍ତା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ପାଳନ ହେବ । ଉତ୍ସବରେ ତିନିଜଣଙ୍କୁ ସମ୍ମାନିତ କରାଯିବା ନେଇ ନାମ ଘୋଷଣା ହୋଇଛି । ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଏହି ଉତ୍ସବ ଲାଗି ଚଳିତ ବର୍ଷ ଏହି ପୁରସ୍କାର ଘୋଷଣା ହୋଇଛି ।

୫ରୁ ୨୭ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ

ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଓ ୧ଲକ୍ଷ ଟଙ୍କା, ଉତ୍ତରାୟ ଓ ସ୍ମୃତଫଳକ ପ୍ରଦାନ କରାଯିବ । ସେହିପରି ଓଡିଶୀ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦଗଲ ଏବଂ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସାଧନା ସ୍ବୀକୃତି ସ୍ବରୁର ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଦୁହିଁଙ୍କୁ ୨୫ ହଜାର ଲେଖାଏଁ ଅର୍ଥରାଶି ସହ ସ୍ମୃତିଫଳକ ପ୍ରଦାନ କରାଯିବ। ଏ ନେଇ ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଡିଜିଟାଲରେ ଏହି ଉତ୍ସବ ସମାରୋହ ଆୟୋଜିତ ହେବ । ଫେସ୍‌ବୁକ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ କାର୍ଯ୍ୟକ୍ରମ ହେଖିହେବ । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଶର୍ମିଳା ମୁଖାର୍ଜୀଙ୍କ ଓଡ଼ିଶୀ, ସଙ୍ଗୀତା ଶଙ୍କରଙ୍କ ବେହେଲା, ଦିତୀୟ ସନ୍ଧ୍ୟାରେ ଅନିତା ମଲ୍ଲିକଙ୍କ ଭାରତନାଟ୍ୟମ୍‌, ରୂପକ କୁମାର ପରିଡ଼ାଙ୍କ ଓଡ଼ିଶୀ ସଙ୍ଗୀତ, ତୃତୀୟ ସନ୍ଧ୍ୟାରେ ଅନ୍ବେଶା ମହାନ୍ତଙ୍କ ଶାତ୍ରୀୟ, ମଞ୍ଜୁଶା ଇଟିଲଙ୍କ ହିନ୍ଦୁସ୍ଥାନୀ ସଙ୍ଗୀତ, ଚତୁର୍ଥ ସନ୍ଧ୍ୟାରେ ନିକିତା ବନୱାଲିକରଙ୍କ କଥକ ଓ ରାମ ନନ୍ଦଙ୍କ ବଂଶୀ ବାଦନ, ପଞ୍ଚମ ତଥା ଉଦଯାପନୀ ସନ୍ଧ୍ୟାରେ ପୁରସ୍କାର ସହ ‘ସୃଜନ’ର କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ନେଇ ସୂଚନା ଦେଇଛନ୍ତି ସୃଜନ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିିଭି ଭାରତ

ABOUT THE AUTHOR

...view details