ଓଡିଶା

odisha

By

Published : Oct 27, 2019, 3:15 AM IST

ETV Bharat / city

ଆସନ୍ତା 28ରୁ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ

ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ତିନି ଦିିନିଆ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ । ଏଥିରେ କଳାକ୍ଷେତ୍ରର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 28 ତାରଖରୁ ଆରମ୍ଭ ହେବାକୁ ଯାଉଛି ତିନି ଦିିବସୀୟ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ। ଯାହାକି ରବିନ୍ଦ୍ରମଣ୍ଡପରେ ସନ୍ଧ୍ୟା 6ଟା 30ରୁ ଆରମ୍ଭ ହୋଇ ରାତ୍ରି 10ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆଜି ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନିର୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ନୃତ୍ୟକଳା ଓ ସଂସ୍କୃତି କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା 4ଜଣ ସୁନାମଧନ୍ୟ ବରିଷ୍ଠ କଳାକାର ଓ ଗୁରୁଙ୍କୁ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଉଛନ୍ତି, ପଦ୍ମବିଭୂଷଣ ଗୁରୁ ଭିପି ଧନଞ୍ଜୟ ଏବଂ ଶାନ୍ତା ଧନଞ୍ଜୟ(ଭାରତନାଟ୍ୟମ), ଦୁର୍ଗା ଚରଣ ରଣବୀର(ଓଡିଶୀ),୩-ପଣ୍ଡିତ ରାଘବ ରାଜ ଭଟ ଏବଂ ମଙ୍ଗଳା ଭଟ(କଥକ) ଓ ଡକ୍ଟର ନିତା ବିଦ୍ୟାର୍ଥୀ (କଳା ସମୀକ୍ଷକ)।

ସେହିପରି 4ଜଣ ଉଦୀୟମାନ ଯୁବ ପ୍ରତିଭାଙ୍କୁ ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ କରାଯିବ। ସେମାନେ ହେଉଛନ୍ତି, ବିନାୟକ ପଣ୍ଡା (ଓଡିଶା), ଅମ୍ରିତା ଦାସ(ପଶ୍ଚିମବଙ୍ଗ), ରଥୀ ମଲ୍ହାର ଗୋବିନ୍ଦ ରାଜୁ(ମାଲେସିୟା) ଓ ଅତସୀ ମିଶ୍ର (ଓଡିଶା)। ଏହା ଅବସରରେ ସମ୍ମାନିତ ହେବାକୁଥିବା କଳାକାର ଓ ତ୍ରିଧାର ଅନୁଷ୍ଠାନର କଳାକାରମାନେ ସେମାନଙ୍କ ନୃତ୍ୟ ଓ ସଙ୍ଗୀତର ପ୍ରଦର୍ଶନ କରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ



ABOUT THE AUTHOR

...view details