ଭୁବନେଶ୍ବର: ମାନବିକତା ହରାଇଛନ୍ତି ଡାକ୍ତରଖାନା କର୍ମଚାରୀ । ମୃତଦେହ ପାଇଁ ମାଗିଛନ୍ତି ଏକକାଳୀନ 24 ହଜାର ଟଙ୍କା । ଟଙ୍କା ଦିଅ, ମୃତଦେହ ନିଅ ବୋଲି ରୋକଠୋକ ଶୁଣାଇଛି ରାଜଧାନୀର ଆମ୍ରି ହସ୍ପିଟାଲ । ହେଲେ ପଇସା ଅଭାବରୁ ବାପାଙ୍କ ମୃତଦେହକୁ ନେଇ ନପାରି ଅସହାୟ ହୋଇପଡିଛନ୍ତି ପୁଅ ଗଣେଶ ମଲ୍ଲିକ ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ନୂଳଗ୍ରାମର ଗଣେଶ ମଲ୍ଲିକ ବାପାଙ୍କ ଛାତିରେ ପାଣି ଜମିଥିବାରୁ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆରମ୍ଭରୁ ପଇସା ନଥିବା ଦର୍ଶାଇବା ପରେ ବି ହସ୍ପିଟାଲ କର୍ମଚାରୀଙ୍କ ଚାପରେ ଆସି 5 ହଜାର ଟଙ୍କା ପୈଠ କରିଥିଲେ ସେ । ହେଲେ ବୁଧବାର ଦିନ ପ୍ରାୟ 1.30 ସମୟରେ ତାଙ୍କ ବାପା ଆଖି ବୁଜି ଦେଇଥିଲେ । ଆଉ ଏହାପରେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କର ଆରମ୍ଭ ହୋଇଥିଲା ହିଟଲର ରାଜ ।