ଓଡିଶା

odisha

ETV Bharat / city

କୋରୋନା କଟକଣା ଭିତରେ ସ୍ବାଧୀନତା ଦିବସ, ଗୃହ ବିଭାଗର ଗାଇଡଲାଇନ ଜାରି - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

କୋଭିଡ ନିୟମ ଭିତରେ ସ୍ବାଧୀନତା ଦିବସ କିପରି ପାଳନ ହେବ ସେନେଇ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଅଧିକ ପଢନ୍ତୁ...

independence day celebration amid pandemic, independence day, bhubaneswar latest news, guidelines for independence day celebration, କୋରୋନାରେ ସ୍ବାଧୀନତା ଦିବସ ପାଳନ, ସ୍ବାଧୀନତା ଦିବସ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସ୍ବାଧୀନତା ଦିବସ ପାଳନ ନେଇ ଗାଇଡଲାଇନ
କୋରୋନା କଟକଣା ଭିତରେ ସ୍ବାଧୀନତା ଦିବସ, ଗୃହ ବିଭାଗର ଗାଇଡଲାଇନ ଜାରି

By

Published : Aug 11, 2020, 11:55 AM IST

ଭୁବନେଶ୍ବର: କୋଭିଡ ନିୟମ ଭିତରେ ସ୍ବାଧୀନତା ଦିବସ କିପରି ପାଳନ ହେବ ସେନେଇ ନିର୍ଦେଶନାମା ଜାରି କରିଛି ଗୃହ ବିଭାଗ । ସକାଳ 9ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଗୋଟିଏ କିମ୍ବା ଦୁଇଟି ପୋଲିସ ବାହିନୀ ମୁଖ୍ୟ ଅତିଥିଙ୍କ ସ୍ବାଗତ ପାଇଁ ନିୟୋଜିତ ହେବେ । ଚଳିତବର୍ଷ ମହାମାରୀ ସ୍ଥିତିକୁ ନଜରରେ ରଖି ପ୍ୟାରେଡ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି ।

କୋରୋନା କଟକଣା ଭିତରେ ସ୍ବାଧୀନତା ଦିବସ, ଗୃହ ବିଭାଗର ଗାଇଡଲାଇନ ଜାରି

ତେବେ ଚଳିତବର୍ଷ ସ୍ବାଧିନତା ଦିବସ ପାଳନରେ ସାଧାରଣ ଲୋକେ ସାମିଲ ହେବେ ନାହିଁ । ଅତିଥି ସଂଖ୍ୟା 50ରୁ 75 ରହିବ । ସେମାନଙ୍କ ମଧ୍ୟରେ 15ରୁ 20 ଜଣ କୋଭିଡ ଯୋଦ୍ଧା ରହିବେ । ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ । ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ଅନଲାଇନ କୁଇଜ, ରଚନା ପ୍ରତିଯୋଗିତା ହୋଇପାରିବ। ବୃକ୍ଷ ରୋପଣ ବି ହୋଇପାରିବ।

ଏହି ନିୟମ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି ।

ଭୁବରନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details