ଓଡିଶା

odisha

ETV Bharat / city

ଜିଲ୍ଲାପାଳଙ୍କ ପାଇଁ ନୂଆ ଗାଇଡଲାଇନ, ନିର୍ମାଣ ଶ୍ରମିକଙ୍କ ପାଇଁ ସତର୍କତା ନିର୍ଦ୍ଦେଶ - ଭୁବନେଶ୍ବର

20ରୁ କିଛି ସ୍ଥାନରେ କୋହଳ ହେବ ଲକଡାଉନ । ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ପାଇଁ ନୂଆ ଗାଇଡ ଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢ଼ନ୍ତୁ...

guideline issued, special relief commissioner, guideline for collectors, ଜିଲ୍ଲାପାଳ ମାନଙ୍କୁ ନୂଆ ଗାଇଡଲାଇନ ଜାରି, ସ୍ବତନ୍ତ ରିଲିଫ କମିଶନର, ଭୁବନେଶ୍ବର, bhubaneswar
ଜିଲ୍ଲାପାଳ ମାନଙ୍କୁ ନୂଆ ଗାଇଡଲାଇନ ଜାରି

By

Published : Apr 19, 2020, 8:54 AM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଲେ ସ୍ବତନ୍ତ ରିଲିଫ କମିଶନର (ଏସଆରସି)। କୋରୋନାକୁ ରୋକିବା ପାଇଁ କାର୍ଯ୍ୟ କ୍ଷେତ୍ରରେ କିଭଳି ଭାବରେ ସାମାଜିକ ଦୂରତ୍ବକୁ ବଜାୟ ରଖିବା ସେନେଇ ଏକ ଗାଇଡଲାଇନ ସମସ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏହାସହ ସମସ୍ତ ବିଭାଗରେ ମଧ୍ୟ କିଭଳି ଏହାକୁ କଡାକଡି ପାଳନ କରାଯାଇପାରିବ ସେନେଇ ମଧ୍ୟ ଜାରି ହୋଇଛି ଗାଇଡଲାଇନ ।

ଜିଲ୍ଲାପାଳ ମାନଙ୍କୁ ନୂଆ ଗାଇଡଲାଇନ ଜାରି

ବିଭିନ୍ନ ସ୍ଥାନରେ ଏପ୍ରିଲ ୨୦ ତାରିଖରୁ ଲକଡାଉନ କୋହଳ ହେବାକୁ ଥିବାବେଳେ ସେଠାରେ କିଭଳି ଭାବରେ କାର୍ଯ୍ୟ କରାଯିବ ସେନେଇ ମଧ୍ୟ ଏହି ଗାଇଡଲାଇନରେ ଦର୍ଶାଯାଇଛି । ମୁଖ୍ୟତଃ ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ପାଇଁ ଗାଇଡଲାଇନ କରାଯାଇଛି । ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର । କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତାର ରକ୍ଷା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗାଡି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦେଇଛନ୍ତି । କାର୍ଯ୍ୟସ୍ଥଳରେ ବାଲଟି, ମଗ, ସାବୁନ୍, ଓ ଟାୱେଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳ ମାନଙ୍କୁ ନୂଆ ଗାଇଡଲାଇନ ଜାରି

୬୦ ବର୍ଷରୁ ଅଧିକ ବର୍ଷର ଶ୍ରମିକଙ୍କୁ କାମରେ ଲଗାଇବା ମନା । ଖରା ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟସ୍ଥଳରେ ଗୁଟଖା, ପାନ ଛେପ, ତମାଖୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିର୍ମାଣ କାର୍ଯ୍ୟରେ ଜଡିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କର୍ମ କ୍ଷେତ୍ରରେ ସମାଜିକ ଦୂରତା ନିର୍ଦ୍ଦେଶାବଳୀ ଗୁଡିକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details