ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୋ ସରକାର । ଉତ୍ତମ ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରଥମ ଭାଗରେ ପୋଲିସ ଥାନା ଓ ସରକାରୀ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ହୋଇଛି ।
ବାବୁ ମାନେ କିପରି ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବେ ଆଉ ସେବା ଯୋଗାଇ ଦେବେ ସେନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।