ଭୁବନେଶ୍ବର:ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର । ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ମହାବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ନୂଆ ଶିକ୍ଷାବର୍ଷର ପାଠପଢା ଆରମ୍ଭ ହୋଇଥିବା ବେଳେ ଖାଲି ପଡ଼ିଛି ଅଧ୍ୟାପକଙ୍କ ପଦବୀ । ଗତ ୨ ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ଅଧ୍ୟାପକଙ୍କ ଅଭାବକୁ ନେଇ ଚିନ୍ତାରେ କଲେଜ କର୍ତ୍ତୃପକ୍ଷ ।
ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ନାମିଦାମି କଲେଜ ଯଥା ରମାଦେବୀ କଲେଜ, ବିଜେବି କଲେଜ, କମଳା ନେହୁରୁ କଲେଜ ସମେତ ସହ ଅନ୍ୟାନ୍ୟ କଲେଜ ଗୁଡିକରେ ମଧ୍ୟ ସମାନ ସ୍ଥିତି । ଯଦି ରାଜ୍ୟର ରାଜଧାନୀରେ ଥିବା ବଡ଼ ବଡ଼ କଲେଜରେ ଏଭଳି ସ୍ଥିତି ତେବେ ବାକି ଜିଲ୍ଲା ଗୁଡିକରେ ସ୍ଥିତି କିଭଳି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ରାଜଧାନୀ ଭୁବନେଶ୍ବରରେ ଥିବା କିଛି ଛାତ୍ରଛାତ୍ରୀଙ୍କ ପସନ୍ଦର କଲେଜରେ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ପିଲାଙ୍କୁ ପଢାଇବା ପାଇଁ ଅଭାବ ରହିଛି ଅଧ୍ୟାପକ ।
ଏହା ବି ପଢନ୍ତୁ- Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ
ଏପଟେ ରମାଦେବୀ ଜୁନିୟର କଲେଜରେ ଗଣିତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଅଧ୍ୟାପକ ଏପର୍ଯ୍ୟନ୍ତ ନିଯୁକ୍ତି ହୋଇ ନାହାନ୍ତି । ରମାଦେବୀରେ ଏବେ ବି ୧୬ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଅତିଥି ଅଧ୍ୟାପକରେ କାମଚଳା ପାଠପଢା ହେଉଛି । ଯାହା ଫଳରେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜ, ଦେବରାୟ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି । ଏଠି ଅଧ୍ୟାପକ ନାହାନ୍ତି । ଯେହେତୁ ଶିକ୍ଷା ବର୍ଷ ଆରମ୍ଭ ହୋଇଗଲାଣି ତେବେ କଲେଜ କର୍ତ୍ତୃପକ୍ଷ ପାଠପଢାକୁ ଦୃଷ୍ଟିରେ ରଖି ଅତିଥି ଅଧ୍ୟାପକଙ୍କ ଦ୍ଵାରା ପାଠପଢା ହେଉଛି ।