ଭୁବନେଶ୍ବର: ଆରମ୍ଭରୁ ପରୀକ୍ଷା କେନ୍ଦ୍ରକୁ ନେଇ ବିଭ୍ରାଟ । ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି ଅଭିଭାବକ ମହାସଙ୍ଘ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଥିବା ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଗଲାଣି ।
ଏନେଇ ଅଭିଭାବକ ମହାସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ 7 ଦିନ ଭିତରେ ଏ ଘଟଣାର ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେବାକୁ ଦାବି ହୋଇଛି। ଏଥିରେ କିଛି କର୍ମଚାରୀ ଏଥିରେ ସମ୍ପୃକ୍ତି ରହି ଟଙ୍କା କାରବାର କରି ପରୀକ୍ଷା କେନ୍ଦ୍ର ଫିକ୍ସିଂ କରୁଛନ୍ତି। ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।
ରାଜ୍ୟରେ ଯେ କୌଣସି କଲେଜରେ ପରୀକ୍ଷା ସମୟରେ କପି ହୋଇନାହିଁ ଓ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯାଇନାହିଁ। ସେହି ପରୀକ୍ଷା କେନ୍ଦ୍ରରେ ଚଳିତବର୍ଷ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୁରୁଣା ତାଲିକାକୁ ବଦଳାଇ ଦିଆଯାଇଛି। କାହା ବଳରେ ଏଭଳି ନିଷ୍ପତ୍ତିକୁ ବେଖାତିର କରାଗଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହା ଏବେ ପରୀକ୍ଷାକେନ୍ଦ୍ର ଚୟନକୁ ନେଇ ନିଷ୍ପତ୍ତି ଠିକ୍ ଭାବରେ ହୋଇପାରୁନାହିଁ।