ଓଡିଶା

odisha

By

Published : Feb 26, 2022, 1:19 PM IST

Updated : Feb 26, 2022, 2:15 PM IST

ETV Bharat / city

Hemananda Biswal Demise: ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ ଅନର

ବିଧାନସଭା ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରକୁ ଦିଆଗଲା ଗାର୍ଡ ଅଫ ଅନର । ଆଜି ଜନ୍ମମାଟିରେ ହେବ ଶେଷକୃତ୍ୟ । ଅଧିକ ପଢନ୍ତୁ

Hemananda Biswal Demise: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର
Hemananda Biswal Demise: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ବର: ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ । 84 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ପରେ ପ୍ରଥମେ ଭୁବନେଶ୍ବର ସ୍ଥିତ ବାସଭବନକୁ ତାଙ୍କର ପାର୍ଥିବ ଶରୀର ଅଣାଯାଇଥିଲା । ସେଠାରେ ବନ୍ଧୁ ପରିବାରବର୍ଗଙ୍କ ସମେତ ବହୁ ବରିଷ୍ଠ ନେତା ଶେଷ ଦର୍ଶନ କରିଥିଲେ । ପରେ ବିଧାନସଭା ପରିସରରେ ଏହି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମରଶରୀରକୁ ଗାର୍ଡ ଅଫ ଅନର(guard of honour) ଦିଆଯାଇଛି ।

Hemananda Biswal Demise: ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ ଅନର

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଧାନସଭାରେ ଗାର୍ଡ ଅଫ ଅନର ପ୍ରଦାନ ପରେ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ପ୍ରାର୍ଥିବ ଶରୀରକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, AICC ସମ୍ପାଦକ ରୁଦ୍ର ରାଜୁଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ପୈତୃକ ଗାଁ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 26, 2022, 2:15 PM IST

ABOUT THE AUTHOR

...view details