ଓଡିଶା

odisha

ETV Bharat / city

କମୁଛି ଭୂତଳ ଜଳସ୍ତର, ଆଗାମୀ ୮୦ ବର୍ଷରେ ଦେଖା ଦେଇପାରେ ସଙ୍କଟ - ଆଗାମୀ ୮୦ ବର୍ଷରେ ଦେଖା ଦେଇପାରେ ସଙ୍କଟ

୮୦ ବର୍ଷ ମଧ୍ୟରେ ଶେଷହେବ ଭୂତଳ ଜଳ । ଏ କଥା ଆମେ ନୁହେଁ, ବରଂ ବୈଜ୍ଞାନିକମାନେ ଆକଳନ କରିଛନ୍ତି (ground water resources 2020 report by Odisha)। ବିଶ୍ବ ଜନସଂଖ୍ୟା ହଜାରେ କୋଟି ଛୁଇଁଲେ ଭୂତଳ ଜଳସ୍ତର ଶେଷ ହେବା ନେଇ ହେଉଛି ଆକଳନ । ଅଧିକ ପଢନ୍ତୁ

କମୁଛି ଭୂତଳ ଜଳସ୍ତର, ଆଗାମୀ ୮୦ ବର୍ଷରେ ଦେଖା ଦେଇପାରେ ସଙ୍କଟ
କମୁଛି ଭୂତଳ ଜଳସ୍ତର, ଆଗାମୀ ୮୦ ବର୍ଷରେ ଦେଖା ଦେଇପାରେ ସଙ୍କଟ

By

Published : Aug 28, 2022, 7:33 PM IST

ଭୁବନେଶ୍ବର: ଆସନ୍ତା ୮୦ ବର୍ଷ ମଧ୍ୟରେ ଶେଷହେବ ଭୂତଳ ଜଳ । ଏ କଥା ଆମେ ନୁହେଁ, ବରଂ ବୈଜ୍ଞାନିକମାନେ ଆକଳନ କରିଛନ୍ତି (ground water resources 2020 report by Odisha)। ବିଶ୍ବ ଜନସଂଖ୍ୟା ହଜାରେ କୋଟି ଛୁଇଁଲେ ଭୂତଳ ଜଳସ୍ତର ଶେଷ ହେବା ନେଇ ଆକଳନ କରାଯାଉଛି(ground water resource scarcity rises) । କାରଣ ଦିନକୁ ଦିନ ବ୍ୟକ୍ତି ପିଛା ଜଳସ୍ତର ଉପଲବ୍ଧି କମିବାରେ ଲାଗିଛି ।

କମୁଛି ଭୂତଳ ଜଳସ୍ତର, ଆଗାମୀ ୮୦ ବର୍ଷରେ ଦେଖା ଦେଇପାରେ ସଙ୍କଟ

୧୮୦୦ ମସିହାରେ ବିଶ୍ବରେ ୧୦୦ କୋଟି ଲୋକ ବାସ କରୁଥିଲେ । କିନ୍ତୁ ୨୦୨୨ରେ ବିଶ୍ବ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚିଲାଣି । ୨୦୫୦ରେ ବିଶ୍ବ ଜନସଂଖ୍ୟା ହଜାରେ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଯେଉଁ ଜଳ ଉତ୍ସକୁ ଦିନେ ୧୦୦ କୋଟି ଲୋକ ବ୍ୟବହାର କରୁଥିଲେ ତାହାକୁ ହଜାରେ କୋଟି ଲୋକ ବ୍ୟବହାର କରିବେ । ଫଳରେ ବ୍ୟକ୍ତିଙ୍କ ପିଛା ଜଳସ୍ତର କମ ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ground water resources ୨୦୨୦ ରିପୋର୍ଟରୁ ଏଭଳି କିଛି ଆକଳନ କରିଛନ୍ତି ବୈଜ୍ଞାନିକ ।

ରାଜ୍ୟରେ ବର୍ତ୍ତମାନଠାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ୯ଟି ଜିଲ୍ଲାରେ ଏବେ ଭୂତଳ ଜଳସ୍ତର କମିଥିବା ନେଇ ground water resources ୨୦୨୦ ରିପୋର୍ଟରୁ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି ତାହା ମାନବ ଜାତିକୁ ବିପଦରେ ପକାଇପାରେ । ଏକବିଂଶ ଶତାବ୍ଦୀ ବେଳକୁ ଜଳରେ ବାସ କରୁଥିବା ଜୀବମାନେ ପ୍ରାଣ ହରାଇବେ ।

୨୦୧୭ ମସିହାରୁ ୨୦୨୦ ମଧ୍ୟରେ ରାଜ୍ୟରେ ୯ଟି ଜିଲ୍ଲାରେ କମିଛି ଜଳସ୍ତର । ବାଲେଶ୍ବରରେ ୩.୭୫ ପ୍ରତିଶତ କମିଥିବା ବେଳେ ଭଦ୍ରକରେ ୨.୪୨ ପ୍ରତିଶତ ଭୂତଳ ଜଳସ୍ତର କମିଛି । ଏହି କ୍ରମରେ ବୌଦ୍ଧରେ ୧.୬୧ ପ୍ରତିଶତ, ଢେଙ୍କାନାଳରେ ୦.୯୨, ଗଞ୍ଜାମରେ ୧.୦୮, ଜଗତସିଂହପୁରରେ ୧.୩୯, କେନ୍ଦ୍ରାପଡାରେ ୨୧.୪୮, କୋରାପୁଟରେ ୧.୦୧ ଏବଂ ରାୟଗଡାରେ .୪୪ ପ୍ରତିଶତ ଭୂତଳ ଜଳସ୍ତର କମିଛି ।

ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ଏବଂ ବୋଲଗଡରେ ଭୂତଳ ଜଳସ୍ତର କମିବା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଭୂତଳ ଜଳ ସମ୍ବଳ ବିଭାଗ ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ଆଶଙ୍କା କରାଯାଉଥିବା ଏହି ବିପଦରୁ ବର୍ତ୍ତିବା ପାଇଁ ଏବେଠାରୁ ବର୍ଷା ଜଳ ସଂରକ୍ଷଣ କରିବା ନିତାନ୍ତ ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ବୈଜ୍ଞାନିକ । ଭୂତଳ ଜଳସ୍ତର କମିଲେ ଆଗାମୀ ପୀଢ଼ି ପାଣି ପାଇଁ ଯୁଦ୍ଧ ହେବା ନେଇ ଆଶଙ୍କା କରାଯାଉଛି ।

ବର୍ଷାଜଳ ସିଧାସଳଖ ସମୁଦ୍ରରେ ମିଶିବା, ତା ସହିତ ସଂରକ୍ଷିତ ବର୍ଷାଜଳ ପ୍ରଦୂଷିତ ହେବା ଭୂତଳ ଜଳସ୍ତର ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନଠାରୁ ହିଁ ଏଥିପ୍ରତି ଦୃଷ୍ଟି ଦିଆଯିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ବୈଜ୍ଞାନିକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details