ଭୁବନେଶ୍ବର: ପ୍ରେମ-ପ୍ରତାରଣା , ଧୋକା । ପ୍ରେମିକାକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଇଛି ପ୍ରେମିକ । ଅନ୍ୟତ୍ର ବିବାହ କରୁଥିଲା ବେଳେ ମଣ୍ଡପରୁ ଗିରଫ କରିଛି କମିସନରେଟ ପୋଲିସ । ଏଭଳି ଘଟଣା ଘଟିଛି ଏୟାରଫିଲଡ ଥାନା ଅଞ୍ଚଳରେ ।
ଅଭିଯୁକ୍ତ ଆଲୟ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ପ୍ରେମିକ ଘର ଗଞ୍ଜାମର ପାଟପୁରର କୋନକୋରଡା ବୋଲି ଜଣା ପଡିଛି । ସୂଚନା ମୁତାବକ ପ୍ରେମିକ ନିଜ ଗାଁର ଜଣେ ଯୁବତୀ ସହ ପ୍ରେମ ସମ୍ପର୍କ ରଖିଥିଲା । ଏପରିକି ବିବାହର ପ୍ରତିଶୃତି ଦେଇ ରଖିଥିଲା ଶାରିରିକ ସମ୍ପର୍କ । ହେଲେ ଶେଷ ମୁହୁର୍ତରେ ୧୦ ବର୍ଷର ସମ୍ପର୍କ ଛିନ୍ନ କରି ଅନ୍ୟ ଝିଅକୁ ବିବାହ ଉଦ୍ୟମ କରୁଥିଲା ଯୁବକ ।