ଭୁବନେଶ୍ବର: ପ୍ରକୃତି ଓ ପରିବେଶର ସୁରକ୍ଷା ଆଜିର ଦିନରେ ଅନେକ ଗୁରୁତ୍ବ ବହନ କରେ। ଗତ ‘ଫନି’ ବାତ୍ୟାରେ ଓଡ଼ିଶାର ପରିବେଶ ଅନେକ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଯାହାକୁ ଦୃଷ୍ଟିରେ ରଖି ପରିବେଶକୁ ସୁସ୍ଥ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗ୍ରୀନ ମାରାଥନ ଆୟୋଜନ କରାଯାଇଛି।
ଯେଉଁଥିରେ ଛୁଆଠାରୁ ଆରମ୍ଭ କରି ବୃଦ୍ଧ ଏପରିକି ଦିବ୍ୟାଙ୍ଗମାନେ ମଧ୍ୟ ଆଗ୍ରହର ସହକାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ଗ୍ରୀନ ମାରାଥନରେ ଷ୍ଟେଟ ବ୍ୟାଙ୍କର ସିଜିଏମ ପ୍ରବୀଣା କାଲା, କ୍ରୀଡ଼ାବିତ ଦୂତି ଚାନ୍ଦ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ପରିବେଶକୁ ସୁରକ୍ଷା କରିବା ଦିଗରେ ପରାମର୍ଶ ଦେଇଥିଲେ।