ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିରେ କିଏ ବାଣ ଫୁଟାଇ ଦୀପାବଳି ପାଳୁଛନ୍ତି ତ ଆଉ କିଏ ନିଜ ପ୍ରିୟଜନଙ୍କ ସହିତ ମିଶି ଦୀପ ଜାଳୁଛନ୍ତି । ହେଲେ ଓଲିଉଡ ଅଭିନେତା ଚନ୍ଦନ ଭିନ୍ନ ଢଙ୍ଗରେ ନିଜର ଦୀପାବଳି ମନାଇଛନ୍ତି । ରାଜଧାନୀ ଭୁବନେଶ୍ବର ସ୍ଥିତ ଚେତନା ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମିଶି ଦୀପାବଳି ପାଳିଛନ୍ତି । ସେ ପିଲା ମାନଙ୍କୁ ଦୀପାବଳି ଅବସରରେ ଚାରା ବଣ୍ଟନ କରିଛନ୍ତି ଓ ସବୁଜ ଦୀପାବଳିର ବାର୍ତ୍ତା ଦେଇଛନ୍ତି ।
ଚାରା ବାଣ୍ଟି-କେକ କାଟି ଚନ୍ଦନଙ୍କ ଦୀପାବଳି ସେଲିବ୍ରେସନ - ଚାରା ବାଣ୍ଟି ଦୀପାବଳି ପାଳିଲେ ଓଲିଉଡ ଅଭିନେତା ଚନ୍ଦନ
ଚେତନା ବିଦ୍ୟାଳୟରେ ଦୀପାବଳି ପାଳିଲେ ଓଲିଉଡ ଅଭିନେତା ଚନ୍ଦନ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
TAGGED:
green diwali message