ଓଡିଶା

odisha

ପକ୍ଷୀ ପିଇବେ ପାଣି, ରାଜଧାନୀର ଗଛରେ ଝୁଲିଛି ଜଳପାତ୍ର

By

Published : May 2, 2021, 8:53 PM IST

ଅସହ୍ୟ ତାତି ସମଗ୍ର ଜୀବଜଗତକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଟୋପାଏ ପାଣି ଅସ୍ତବ୍ୟସ୍ତ ହେଉଛନ୍ତି ପଶୁପକ୍ଷୀ । ପକ୍ଷୀଙ୍କ ଜଳକଷ୍ଟକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ରୋଟାରାକ୍ଟ ସଂଗଠନ ଏକ ଅଭିନବ ପ୍ରୟାସ କରିଛନ୍ତି । ଅଧିକ ପଢନ୍ତୁ...

ଗ୍ରୀଷ୍ମରେ ପକ୍ଷୀଙ୍କ ସାହା ଭରସା ରୋଟାରାକ୍ଟ, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜଳପାତ୍ର ବ୍ୟବସ୍ଥା
ଗ୍ରୀଷ୍ମରେ ପକ୍ଷୀଙ୍କ ସାହା ଭରସା ରୋଟାରାକ୍ଟ, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜଳପାତ୍ର ବ୍ୟବସ୍ଥା

ଭୁବନେଶ୍ବର:ରାଜ୍ୟରେ ତାତି ସହ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ତାତି ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ଜଳ ଯନ୍ତ୍ରଣା । ଖରାଦିନେ ଅନେକ ସ୍ଥାନରେ ଜନସାଧାରଣ ମଧ୍ୟ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି । ଆଉ ଏପରି ସ୍ଥଳେ ପଶୁପକ୍ଷୀଙ୍କ କଥା ନକହିବା ଭଲ । ଜୀବଜନ୍ତୁ ଏହି ପାଣି ଟିକକ ପାଇଁ ପାଇଁ ପ୍ରଭାବିତ ହେଉଛନ୍ତି । ତେଣୁ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ‘ରୋଟାରାକ୍ଟ’ ସଂଘଠନ ପକ୍ଷରୁ ପକ୍ଷୀଙ୍କ ପାଇଁ ଗଛରେ ଜଳପାତ୍ର ସ୍ଥାପନ କରି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ଗ୍ରୀଷ୍ମରେ ପକ୍ଷୀଙ୍କ ସାହା ଭରସା ରୋଟାରାକ୍ଟ, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜଳପାତ୍ର ବ୍ୟବସ୍ଥା

ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍କଳ ବିଶ୍ବବିଦ୍ୟାଳୟ, ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ବିଭିନ୍ନ ଗଛରେ ପକ୍ଷୀଙ୍କ ଉଦ୍ଦେଶ୍ୟରେ ଜଳପାତ୍ର ରଖାଯାଇଛି । ଜନସଚେତନତା ଫଳରେ ଗାଈଗୋରୁ ଆଦି ବୁଲା ପଶୁଙ୍କ ପାଇଁ ଲୋକେ ପିଇବା ପାଣି ବ୍ୟବସ୍ଥା କରୁଥିବା ବେଳେ ପକ୍ଷୀଙ୍କ ଲାଗି ଜଳପାତ୍ର ରଖିବା ଭଳି ପଦକ୍ଷେପ ନେଇଥିବା ସେମାନେ କହିଛନ୍ତି ।


ପଶୁପକ୍ଷୀ ତଥା ଜୀବଜନ୍ତୁଙ୍କୁ ନଜରରେ ରଖି ରାଜଧାନୀରେ ‘ରୋଟାରାକ୍ଟ’ ପକ୍ଷରୁ ଜଳ ପାତ୍ର ବ୍ୟବସ୍ଥା କରାଯାଇଛି । ମୁଣ୍ଡଫଟା ଖରାରେ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବିଭିନ୍ନ ଗଛର ଡାଳରେ ଜଳପାତ୍ର ବାନ୍ଧିଛନ୍ତି । ସୁନ୍ଦର ଭାବରେ ମାଟି କୁଡୁଆକୁ ଗଛ ଓହଳରେ ବନ୍ଧାଯାଇଛି । ପ୍ରଥମ ପର୍ଯ୍ୟାରେ ରାଜଧାନୀର ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଆଚାର୍ଯ୍ୟ ବିହାର ଭଳି ସ୍ଥାନର ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଆଗକୁ ପର୍ଯ୍ୟାୟ କ୍ରମେ ନିଜ ଘରେ, ବାଲକୋନି ଏବଂ ଛାତ ସମେତ ବିଭିନ୍ନ ଗଛରେ ଜଳ ପାତ୍ର ରଖାଯିବ ବୋଲି କହିଛନ୍ତି ରୋଟାରାକ୍ଟ ।

ସବୁଠାରୁ ବଡ କଥା ହେଉଛି ଧିରେ ଧିରେ ଜନସଚେତନା ବୃଦ୍ଧି ହେତୁ ଗାଈଗୋରୁ ତଥା ବୁଲା ଜୀବଜନ୍ତୁଙ୍କ ପାଇଁ ଜଳପାତ୍ରର ବ୍ୟବସ୍ଥା କରାଯାଉଛି । ହେଲେ ଉଡନ୍ତା ପକ୍ଷୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବୁନ୍ଦେ ମିଳିବା କଷ୍ଟକର ହୋଇପଡେ । ରୋଟାରାକ୍ଟ ପକ୍ଷରୁ ଗତ ୪ ତାରିଖରୁ ଏହି ଜଳପାତ୍ର ସ୍ଥାପନ କରାଯାଇଥିବା ବେଳେ ନିୟମିତ ଭାବେ ସଫେଇ ସହ ପାଣି ଭର୍ତ୍ତି କରାଯାଉଛି ।

ଗ୍ରୀଷ୍ମ ବଢିବା ସାଙ୍ଗକୁ ଅସହ୍ୟ ତାତି ମାନବ ସମାଜ ସହ ଜୀବଜନ୍ତୁଙ୍କୁ ପ୍ରଭାବିତ କରିଥାଏ । ଏପରିକି ଖରା ଦାଉରେ ଜଳାଶୟ ମଧ୍ୟ ଶୁଷ୍କ ହୋଇଗଲାଣି । ଯାହା ଫଳରେ ଜଳ ବିନା କିଛି ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏପରି ସ୍ଥଳେ ପ୍ରତ୍ୟେକ ବ୍ୟକ୍ତି ସ୍ବତଃପ୍ରବୃତ୍ତ ଭାବେ ନିଜ ଘରେ ପଶୁପକ୍ଷୀଙ୍କ ପାଇଁ ଜଳପାତ୍ରର ବ୍ୟବସ୍ଥା କରିବା ଆବଶ୍ୟକ ବଲି ରୋଟାରାକ୍ଟ କହିଛି । ରୋଟାରାକ୍ଟର ଏହି ଉଦ୍ୟମକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି ।

ଖରାରେ ପାଣି ପାଇଁ ହାହାକାର ପଡିଥିବା ବେଳେ ଏହି ସମୟରେ ରୋଟାରାକ୍ଟ କାର୍ଯ୍ୟକୁ ବେଶ ପ୍ରଶଂସା ମିଳିଛି । ଆଗକୁ ରାଜଧାନୀର ଅନେକ ସ୍ଥାନରେ ଏଭଳି ବ୍ୟବସ୍ତା କରିବାର ଯୋଜନା ଥିବା ରୋଟାରାକ୍ଟ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details