ଭୁବନେଶ୍ବର: ଭୁବନେଶ୍ବରରେ ହେବାକୁ ଯାଉଛି ଦୁଇ ଦିନିଆ ପୂର୍ବାଞ୍ଚଳ ଗ୍ୟାଷ୍ଟ୍ରୋକନ ସମ୍ମିଳନୀ। ଯେଉଁଥିରେ ସାରା ଦେଶରୁ 30 ଜଣ ବିଶେଷଜ୍ଞ ଯୋଗ ଦେଇ ଏଥିରେ ଭାଗ ନେଉଥିବା ଡାକ୍ତର, ଫିଜିସିଆନ, ଟେକ୍ନିସିଆନ ଓ ପ୍ରାକ୍ଟିସନରମାନଙ୍କୁ ନୂଆ ଟେକ୍ନୋଲୋଜି ବିଷୟରେ ଟ୍ରେନିଂ ଦେବେ। ଏନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଡ଼ଃ ମନୋଜ ସାହୁ ସୂଚନା ଦେଇଛନ୍ତି ।
ତେବେ ସେପ୍ଟେମ୍ବର27 ଏବଂ 28ରେ ହେବାକୁ ଥିବା ଏହି ସମ୍ମୀଳନିର ମୂଳ ଲକ୍ଷ୍ୟ ରହିଛି, ମୁଖ୍ୟତଃ ପୂର୍ବାଞ୍ଚଳ ରାଜ୍ୟ ସମୂହର ଡାକ୍ତରମାନଙ୍କୁ ପେଟ ରୋଗ ତଥା ଲିଭର, ଗଲ ବ୍ଲଡର, ପାନ କ୍ରିଆଜ, ଏସିଡ ଆଦି ପାଇଁ ଆସୁଥିବା ନୂଆ ଟେକ୍ନୋଲୋଜି ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଟ୍ରେନିଙ୍ଗ ଦେବା । ଫଳରେ ଯାହାକୁ ସେମାନେ ସେମାନଙ୍କ ରାଜ୍ୟରେ ରୋଗୀ ସେବାରେ ବ୍ୟବହାର କରି ଉତ୍ତମ ଚିକିତ୍ସା ଦେଇ ପାରିବେ ।