ଭୁବନେଶ୍ବର:ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳଦର । କୋରୋନା ମହାମାରୀ ସାଙ୍ଗକୁ ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ଏ ନେଇ ବିରୋଧୀ କେନ୍ଦ୍ରରେ ଶାସିତ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସମାନ ଚିତ୍ର ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି ।
ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆସନ୍ତା 11 ତାରିଖରେ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରିବ କଂଗ୍ରେସ । ଦରଦାମ ବହୁ ପରିମାଣରେ ବୃଦ୍ଧି ଘଟିବା ସହ ଲୋକେ ଅତିଷ୍ଠ ହୋଇଗଲେଣି । ତେଣୁ କୋରୋନା ସମୟରେ ମଧ୍ୟ ଏହାର ଜୋରଦାର ପ୍ରତିବାଦ କରିବ କଂଗ୍ରେସ । ବର୍ତ୍ତମାନ ପେଟ୍ରୋଲ ଡିଜେଲ ସମେତ ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରର ଅହେତୁକ ବୃଦ୍ଧି କୋରୋନାଠୁ ଅଧିକ କଷ୍ଟ ଦେଲାଣି । ତେଣୁ ଏହାର ଜୋରଦାର ପ୍ରତିବାଦ କରାଯିବ ବୋଲି କହଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।