ଭୁବନେଶ୍ବର: ମହିଳାଙ୍କୁ ନିଯୁକ୍ତି ନଗର ଉନ୍ନୟନ ବିଭାଗ କରୁଛି ବିଭିନ୍ନ ଯୋଜନା । ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ମହିଳାଙ୍କୁ ଦିଆଯିବ ନିଯୁକ୍ତି । ସ୍ବଚ୍ଛ ଭାରତ ମିଶନରେ ସ୍ଵଚ୍ଛ ସାଥୀ ଭାବେ, ଜଳ କର ଆଦାୟ ପାଇଁ ଜଳସାଥୀ ଭାବେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହରାଞ୍ଚଳ ମହିଳାଙ୍କ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୩୦ ହଜାର ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ୧୧୪ଟି ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ, ସେପ୍ଟେସ୍ଟ ପ୍ଲାଣ୍ଟ, କମ୍ୟୁନିଟି ଟଏଲେଟ, ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ମହିଳାଙ୍କୁ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ବିଭାଗରେ ସେମାନଙ୍କୁ ସାମିଲ କରାଯିବ।