ଓଡିଶା

odisha

ETV Bharat / city

କୃଷି ଓ କୃଷକର ବିକାଶ ଚିନ୍ତା: ପ୍ରଦାନ ଓ ଜନସେବା କେନ୍ଦ୍ର ସହ ଆପିକଲର ଚୁକ୍ତି ସ୍ବାକ୍ଷରିତ - ଆପିକଲର ଚୁକ୍ତି ସ୍ବାକ୍ଷରିତ

କୃଷି ଓ କୃଷକର ବିକାଶ ନେଇ ଚୁକ୍ତି ସ୍ବାକ୍ଷରିତ । ପ୍ରଦାନ ଓ ଜନସେବା କେନ୍ଦ୍ର ସହ ବୁଝାମଣା ପତ୍ର ସ୍ବାକ୍ଷରିତ କଲା ଆପିକଲ ।

ଡିଜାଇନ ଫଟୋ

By

Published : Aug 21, 2019, 8:41 PM IST

ଭୁବନେଶ୍ବର: ସ୍ବାକ୍ଷରିତ ହେଲା ବୁଝାମଣା ପତ୍ର । କୃଷି ଓ କୃଷକର ବିକାଶ ନେଇ ଚୁକ୍ତି ସ୍ବାକ୍ଷରିତ। ପ୍ରଦାନ ଓ ଜନସେବା କେନ୍ଦ୍ର ସହ ଆପିକଲ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଧବାର, ରାଜ୍ୟରେ ଅଧିକ ସଂଖ୍ୟକ କୃଷି ଉଦ୍ୟୋଗ ସ୍ଥାପନ ତଥା ତୃଣମୂଳ ସ୍ତରରେ କୃଷି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ପଦକ୍ଷେପ ନିଆଯାଇଛି । କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା ୨୦୧୮ ପ୍ରଚଳନ ନିମନ୍ତେ ପ୍ରଦାନ ନାମକ ସଂସ୍ଥା ସହ ଆପିକଲ ଏକ ଚୁକ୍ତି ପତ୍ର ସ୍ବାକ୍ଷରିତ କରିଛି । ଏହା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ସଂଖ୍ୟକ ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ଲକ୍ଷ ନେଇ ଜନସେବା କେନ୍ଦ୍ର ସହ ଆପିକଲ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ୧୨ ଟି ଜିଲ୍ଲାରେ ୪୦ ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ହଜାର ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଚୟନ କରାଯାଇ ସଶକ୍ତିକରଣ କରାଯିବ। ପ୍ରତି ଉଦ୍ୟୋଗୀ ୨୦୦ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରି ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବେ। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ ଏବଂ ଅତିକମରେ ୨ ଲକ୍ଷ ଚାଷୀଙ୍କୁ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ପାଳନ ମାଧ୍ୟମରେ ଉତ୍ପାଦନ ବୃଦ୍ଧି କରିବେ।

ଏହା କୃଷି ଓ କୃଷକଙ୍କ ବିକାଶ ଦିଗରେ କାମ କରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details