ଓଡିଶା

odisha

ETV Bharat / city

ରାଜ୍ୟରେ ସଂରକ୍ଷଣ ଆଇନରେ ନିଯୁକ୍ତି ହୋଇନି, ଅଭିଯୋଗ ଆଣିଲା କଂଗ୍ରେସ

କଂଗ୍ରେସ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ଭୁଜବଳ ମାଝୀ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଠିକା ନିଯୁକ୍ତି ସମୟରେ ସଂରକ୍ଷଣ ଆଇନ ଅନୁଯାୟୀ ନିଯୁକ୍ତି ହୋଇନଥିବା ଅଭିଯୋଗ କରିଛି କଂଗ୍ରେସ(govt not appointed employees in reservation act) । ଅଧିକ ପଢ଼ନ୍ତୁ

govt not appointed employees in reservation act alleges congress in a press meet
ରାଜ୍ୟରେ ସଂରକ୍ଷଣ ଆଇନରେ ନିଯୁକ୍ତି ହୋଇନି, ଅଭିଯୋଗ ଆଣିଲା କଂଗ୍ରେସ

By

Published : Oct 18, 2022, 10:53 PM IST

ଭୁବନେଶ୍ବର:ରାଜ୍ୟରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ହେବାପରେ ଠିକା କର୍ମଚାରୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ରହିଛି । ୫୭ ହଜାର ଠିକା କର୍ମଚାରୀଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରାକର । ଏହାକୁ ନେଇ ଆଜି ଏକ ପ୍ରେସ୍‌ମିଟ୍‌ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ଠିକା ନିଯୁକ୍ତି ସମୟରେ ସଂରକ୍ଷଣ ଆଇନ ଅନୁଯାୟୀ ନିଯୁକ୍ତି ହୋଇନଥିବା ଅଭିଯୋଗ କରିଛି କଂଗ୍ରେସ (govt not appointed employees in reservation act) ।

ରାଜ୍ୟରେ ସଂରକ୍ଷଣ ଆଇନରେ ନିଯୁକ୍ତି ହୋଇନି, ଅଭିଯୋଗ ଆଣିଲା କଂଗ୍ରେସ

କଂଗ୍ରେସ ଜନଜାତି ମୋର୍ଚ୍ଚା ଅଧ୍ୟକ୍ଷ ଭୁଜବଳ ମାଝୀ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଛନ୍ତି, "୫୭ ହଜାର ଠିକା କର୍ମଚାରୀଙ୍କ ମଧ୍ୟରୁ ୨୨ ହଜାରରୁ ଊର୍ଦ୍ଧ୍ବ ଦଳିତ ଆଦିବାସୀ ବର୍ଗର ଲୋକେ ନିଯୁକ୍ତି ପାଇ ନାହାଁନ୍ତି । ଏଥିରୁ ଆଉଟସୋର୍ସିଂ କର୍ମଚାରୀ ମଧ୍ୟ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାର ନିଜେ ଏହି ଆଇନ ପ୍ରଣୟନ କରିଥିଲେ ଓ ନିଜେ ହିଁ ଏହାକୁ ଉଚ୍ଛେଦ କରିଛନ୍ତି । ଏଥିରେ ବଡ଼ କଥା କିଛି ନାହିଁ । ରାଜ୍ୟ ସରକାର ସଂରକ୍ଷଣ ନିୟମକୁ ପାଳନ କରି ନାହାନ୍ତି । ଖାଲି ପଡ଼ିଥିବା ସଂରକ୍ଷିତ ପଦବୀ ପୂର୍ଣ୍ଣ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି । ଯଦି ସେହି ପଦବୀ ପୂରଣ ହୋଇନି ତେବେ ରାଜ୍ୟ ସରକାର କୌଣସି ମତେ କାହାରିକୁ ନିୟମିତ କରିପାରିବେ ନାହିଁ ।"

ଏଗୁଡିକ ନ୍ୟାୟ ସଙ୍ଗତ ନୁହେଁ । ଆଗାମୀ ଦିନରେ ନିର୍ବାଚନ ରହିଛି । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । ଏହି ଘୋଷଣା ଆଗରୁ ମଧ୍ୟ କରାଯାଇ ପାରିଥାଆନ୍ତା । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଉଛି । ଯଦି ଏହି ଦାବି ପୂରଣ ନ ହୁଏ ତେବେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କହିଛି କଂଗ୍ରେସ ।

ଗତ ଅକ୍ଟୋବର ୧୫ ତାରିଖରେ ରାଜ୍ୟରୁ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିଥିଲେ ରାଜ୍ୟ ସରକାର । ଏଥି ସହିତ ୫୭ ହଜାରରୁ ଅଧିକ ଠିକା କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ ହୋଇଛନ୍ତି । ( contractual employees regularized) । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ।

କ୍ୟାବିନେଟ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, "୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା, ବାତ୍ୟା ଓ ମରୁଡି ଲାଗି ରହିଥିଲା । ଗରିବୀ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ସବୁଠାରୁ ବଡ ପ୍ରାଥମିକତା ଥିଲା ।"

ABOUT THE AUTHOR

...view details