ଓଡିଶା

odisha

ETV Bharat / city

ଆଜିଠୁ ସାପ୍ତାହିକ ସଟଡାଉନ, ଜାଣନ୍ତୁ କଣ ଖୋଲା ରହିବ - କୋରୋନା

ଦୁଇ ଦିନିଆ ସଟ ଡାଉନ ନିୟମରେ ସାମାନ୍ୟ କୋହଳ । ଏହି ସମୟରେ କଣ ଖୋଲା ରହିବ ସେନେଇ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ...

କାଲିଠୁ ସାପ୍ତାହିକ ସଟଡାଉନ, ଜାଣନ୍ତୁ ଖୋଲା ରହିବ
କାଲିଠୁ ସାପ୍ତାହିକ ସଟଡାଉନ, ଜାଣନ୍ତୁ ଖୋଲା ରହିବ

By

Published : Jun 5, 2020, 3:06 PM IST

Updated : Jun 6, 2020, 6:13 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ସାପ୍ତାହିକ ଦୁଇ ଦିନିଆ ସଟ ଡାଉନ। ସଟ ଡାଉନ କଟକଣା ନିୟମରେ ସରକାର ସାମାନ୍ୟ କୋହଳ କରିଛନ୍ତି ସରକାର । କଣ ଖୋଲା ରହିବ ସେନେଇ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। କୋରୋନା ପାଇଁ ରାଜ୍ୟର 11ଟି ଜିଲ୍ଲାରେ ଜୁନ ମାସର ପ୍ରତି ଶନିବାର ଓ ରବିବାରକୁ ସଟ ଟାଉନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର ।

ଆଜିଠୁ ସାପ୍ତାହିକ ସଟଡାଉନ, ଜାଣନ୍ତୁ କଣ ଖୋଲା ରହିବ

ସଟ ଟାଉନ ସମୟରେ ମେଡିକାଲ କିମ୍ବା ଜରୁରୀ ସେବାରେ ବାହାରକୁ ଯାଇପାରିବେ ।

ଏଟିଏମ ଖୋଲା ରହିବ ଏବଂ ଆରବିଆଇ ଭଳି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ଅନୁଷ୍ଠାନ ଗୁଡିକରେ କାର୍ଯ୍ୟ ସ୍ବଭାବିକ ରହିବ ।

ବିମାନ ସେବା ଅବ୍ୟାହତ ରହିବ । ରେଳଷ୍ଟେସନ, ବସ ଟର୍ମିନାଲ ଓ ଏହା ସହିତ ଜଡିତ କାର୍ଯ୍ୟାଳୟଗୁଡିକ ଖୋଲା ରହିବ ।

ଜମୋଟୋ, ସ୍ବିଗି ଭଳି ଅନଲାଇନ ଫୁଡ ଡେଲିଭର ମଧ୍ୟ ହୋଇପାରିବ ।

ସେହିପରି ପେପର ହକରମାନେ ସକାଳ 5ଟାରୁ 8 ଯାଏଁ କାମ କରିପାରିବେ ।

ଏହା ସହ ଏଲପିଜି ବିତରଣ ମଧ୍ୟ ଜାରି ରହିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jun 6, 2020, 6:13 AM IST

ABOUT THE AUTHOR

...view details