ଓଡିଶା

odisha

ETV Bharat / city

579 ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା, ମିଳିଲା ସରକାରୀ ମଞ୍ଜୁରୀ - REVENUE VILLAGE

ରାଜ୍ୟରେ ମୋଟ 51,700ଟି ଗ୍ରାମ ରହିଛି। ଆଉ 579ଟି ଗାଁକୁ ରାଜସ୍ବ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ମଞ୍ଜୁରୀ। ସେହପରି 434ଟି ଗ୍ରାମର ରାଜସ୍ୱ ମାନ୍ୟତା ଆବେଦନକୁ ଖାରଜ କରାଯାଇଛି ବୋଲି ଜଣାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

579 ଗାଁକୁ ରାଜସ୍ବ କରିବାକୁ ସରକାର ଦେଲେ ମଞ୍ଜୁରୀ

By

Published : Nov 15, 2019, 1:47 PM IST


ଭୁବନେଶ୍ବର: ରାଜ୍ୟରେ ମୋଟ 51700ଟି ଗ୍ରାମ ରହିଛି। ଆଉ 579ଟି ଗାଁକୁ ରାଜସ୍ବ ଗ୍ରାମ କରିବାକୁ ସରକାରୀ ସ୍ତରରେ ମଞ୍ଜୁରୀ ମିଳିଛି। ସେହିପରି 434ଟି ଗାଁର ଆବେଦନକୁ ଖାରଜ କରାଯାଇଥିବା ଜଣାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

579 ଗାଁକୁ ରାଜସ୍ବ କରିବାକୁ ସରକାର ଦେଲେ ମଞ୍ଜୁରୀ

ଗୋଟିଏ ଗାଁରେ ମଶାଣି, ସ୍କୁଲ, ଗୋଚର ଜମି, ଆବଶ୍ୟକ ଜନସଂଖ୍ୟା, ବିକାଶ କାର୍ଯ୍ୟ କରିବାକୁ ନିର୍ଦ୍ଧିଷ୍ଟ ଦୂରତା ମଧ୍ୟରେ ଜାଗା ରହିଥିଲେ ତାହାକୁ ରାଜସ୍ବ ଗାଁ ଭାବେ ମଞ୍ଜୁରୀ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀରେ ଖୋଲାଯିବ ସବ୍‌ଷ୍ଟେସନ। ଏନେଇ ବିଧାନସଭାକୁ ଅବଗତ କରିଛନ୍ତି ଶକ୍ତିମନ୍ତ୍ରୀ। ଅନ୍ୟପକ୍ଷରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୋଟ 157ଟି ପ୍ରସ୍ତାଵ ଆସିଛି। କେବିକେ ପାଇଁ ଅନେକ ପ୍ରସ୍ତାବ ରହିଛି। ଏହାସହ 1163 ଏକର ଜମି ଲ୍ୟାଣ୍ଡବ୍ୟାଙ୍କରେ ରହିଥିବା ମନ୍ତ୍ରୀ ଜଣାଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details