ଭୁବନେଶ୍ବର:ରାଜ୍ୟରେ କୋରୋନା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି । ବର୍ତ୍ତମାନ 18ଟି ଜିଲ୍ଲାରେ ଦୁଇ ଅଙ୍କକୁ ଖସିଛି ଦୈନିକ ସଂକ୍ରମଣ । ପଶ୍ଚିମ ଓଡିଶାରେ ସଂକ୍ରମଣ ଖୁବ୍ ହ୍ରାସ ପାଇଥିବାବେଳେ ଏବେ ଉପକୂଳ ଓଡିଶାକୁ ଫୋକସ କରାଯାଉଛି । ଏନେଇ ଟେଷ୍ଟିଂ ବୃଦ୍ଧି କରାଯିବା ସହ ଡୋର ଡୁ ଡୋର ସର୍ଭେ ପାଇଁ କାର୍ଯ୍ୟକ୍ରମ ରହିଛି । ସଂକ୍ରମଣକୁ ଏଡାଇବାକୁ ଏହି ଅଞ୍ଚଳଗୁଡିକର ଜିଲ୍ଲାପାଳ ସଜାଗ ରହୁଛନ୍ତି । ଯେଉଁସବୁ ଜିଲ୍ଲାର ସଂକ୍ରମଣ ବଢୁଛି ତାହା ଉପରେ ଅଧିକ ନଜର ରଖୁଛନ୍ତି ରାଜ୍ୟ ସରକାର । ଏବେ ସଂକ୍ରମଣ ହାର ହାରାହାରି 6 ପ୍ରତିଶତ ରହୁଥିବାବେଳେ ଏହି ମାସ ଶେଷ ସୁଦ୍ଧା ଏହା ଆହୁରି କମିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ପଶ୍ଚିମ ଓଡିଶା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଫୋକସରେ ଉପକୂଳ ଓଡିଶା
ରାଜ୍ୟରେ କୋରୋନା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି । ପଶ୍ଚିମ ଓଡିଶାରେ ସଂକ୍ରମଣ ଖୁବ୍ ହ୍ରାସ ପାଇଥିବାବେଳେ ଏବେ ଉପକୂଳ ଓଡିଶାକୁ ଫୋକସ କରାଯାଉଛି । ଏହିସବୁ ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି କରାଯିବା ସହ ଡୋର ଡୁ ଡୋର ସର୍ଭେ ପାଇଁ କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...
ଅନ୍ୟପଟେ ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି ସେଠାରୁ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେର୍ଜି ସର୍ଭେଲାନ୍ସ କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା । ଏଥିସହ କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଣ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏପରିକି ସଂକ୍ରମଣ ଅଧିକ ରହୁଥିବା ଅଞ୍ଚଳଗୁଡିକୁ ଚିହ୍ନଟ କରାଯାଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ । ସେହିପରି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ କଟକଣା କୋହଳ ହୋଇଗଲା ଭାବି ଲୋକମାନେ ମନମୁଖୀ କରିବା ଉଚିତ୍ ନୁହେଁ । କୋଭିଡ ନିୟମ ସଠିକ ଭାବରେ ଅନୁପାଲନ ନକଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବ ନାହିଁ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ