ଓଡିଶା

odisha

ETV Bharat / city

ଛାଡପତ୍ର ପାଇଁ ଚାଲିଥିବା ମାମଲାରେ ମହିଳାଙ୍କୁ ମିଳିବ ପେନସନ

ଏଣିକି ଛାତ୍ରପତ୍ର ମାମଲା ଚାଲିଥିଲେ ମହିଳାଙ୍କୁ ମିଳିବ ପେନସନ । ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ମଧୁବାବୁ ପେନସନ ଯୋଜନାରେ ଛାଡପତ୍ର ମାମଲା ଚାଲିଥିବା ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦେବେ ସରକାର ।

ଫାଇଲ ଫଟୋ

By

Published : Sep 14, 2019, 8:43 PM IST

ଭୁବନେଶ୍ବର: ଏଣିକି ଛାତ୍ରପତ୍ର ମାମଲା ଚାଲିଥିଲେ ମହିଳାଙ୍କୁ ମିଳିବ ପେନସନ । ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ମଧୁବାବୁ ପେନସନ ଯୋଜନାରେ ଛାଡପତ୍ର ମାମଲା ଚାଲିଥିବା ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଭିନ୍ନକ୍ଷମ ସାମାଜିକ ନ୍ୟାୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାର୍ଷିକ ୪୦ହଜାରରୁ କମ ଆୟ ଥିବା ମହିଳାଙ୍କୁ ଛାଡପତ୍ର ମାମଲା ଚାଲିଥିଲେ ଏହି ପେନସନ ଯୋଗାଇ ଦିଆଯିବ । ତେବେ ସଂପୃକ୍ତ ମହିଳା ମାନେ ପେନସନ ପାଇବାକୁ ହେଲେ ଛାଡପତ୍ର ସଂପର୍କିତ ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ସୂଚନା ଅନୁସାରେ ସିଙ୍ଗଲ ଓମେନ ମାନଙ୍କୁ ପୂର୍ବରୁ ମଧୁବାବୁ ପେନସନ ଦିଆଯାଉଛି ।

ଏହାସହ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ମଧ୍ୟ ବିଭିନ୍ନ ହସ୍ପିଟାଲରେ ମିଳୁଥିବା ବେଳେ ଏବେ ଏକ ପାନେଲ ତିଆରି ହୋଇଛି ଯାହା ଫଳରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇବା ରେ ବିଳମ୍ବ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details