ଭୁବନେଶ୍ବର: ସହର ମୁଁହା ଗାଁ ଲୋକେ। ଆଖ ପାଖ ଗାଁ ଗଣ୍ଡାରୁ ସହରକୁ ଉଚ୍ଚ ଜୀବନ ଶୈଳୀ,ଚାକିରୀ ଅନ୍ୱେଷଣରେ ହଜାର ହଜାର ଲୋକେ ସହରର ଆଡକୁ ଛୁଟୁଛନ୍ତି। ଫଳରେ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱର ରେ ଜନସଂଖ୍ୟା ସହ ସହରର ଭିତ୍ତିଭୂମି ଦ୍ରୁତ ଗତିରେ ବଢିଚାଲିଛି । ବସ୍ତି ବାସିନ୍ଦାଙ୍କ ପାଇଁ ସରକାର ବିଭିନ୍ନ ଜନମଙ୍ଗଲ ଯୋଜନା ରେ ଗୃହ ନିର୍ମାଣ କରି ଥଇଥାନ କରୁଛନ୍ତି।
ସରକାରଙ୍କ ଫୋକସରେ ସହରାଞ୍ଚଳ ବିକାଶ, ଥଇଥାନ ହେବେ ବସ୍ତି ବାସିନ୍ଦା - ଫୋକସରେ ସହରାଞ୍ଚଳ ବିକାଶ
ଉତ୍ତମ ଜୀବନ ଶୈଳୀ, ଚାକିରୀ ଅନ୍ବେଷଣରେ ସହରକୁ ଛୁଟୁଛି ଲୋକଙ୍କ ସୁଅ। ଚଳିତ ବର୍ଷ ରାଜ୍ୟ ସରକାର ୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ,ବିଶେଷକରି ସହରାଞ୍ଚଳ ବିକାଶ କ୍ଷେତ୍ରରେ ସରକାର ସ୍ବତନ୍ତ୍ର ବ୍ୟୟ ବରାଦ ମଧ୍ୟ କରିଛନ୍ତି।
ତେବେ ଚଳିତ ବର୍ଷ ରାଜ୍ୟ ସରକାର ୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ,ବିଶେଷକରି ସହରାଞ୍ଚଳ ବିକାଶ କ୍ଷେତ୍ରରେ ସରକାର ସ୍ୱତନ୍ତ୍ର ବ୍ୟୟ ବରାଦ ମଧ୍ୟ କରିଛନ୍ତି। ୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ପାଇଁ ପ୍ରାୟ ୩,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।ସେହିପରି ସହରାଞ୍ଚଳ ହିତାଧିକାରୀଙ୍କ ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି, ଆବାସ ଯୋଜନାରେ ୨୦,୦୦୦ ଘର ନିର୍ମାଣ କରିବେ ରାଜ୍ୟ ସରକାର।
ଫୋକସ ରେ ସହରାଞ୍ଚଳ ବିକାଶ,ଥଇଥାନ ହେବେ ବସ୍ତି ବାସିନ୍ଦା। ଭୁବନେଶ୍ୱର ରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ବସ୍ତି ରହିଛି। ସରକାର ଚଳିତ ବଜେଟ ରେ ସେମାନଙ୍କ ପାଇଁ ବାସ ଗୃହ ନିର୍ମାଣ କରିବେ ଯାହାକୁ ସ୍ୱାଗତ କରିଛନ୍ତି ବସ୍ତି ବାସିନ୍ଦା, ଖାଲି ବସ୍ତି ଥଇଥାନ ନୁହେଁ ସହରର ଭିତ୍ତିଭୂମି ର ବିକାଶ ମଧ୍ୟ ହେବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ