ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ ଦୁଇ ଆଇଏଏସଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର । ଆଇଏଏସ ପାରୁଲ ପଟୱାରୀ ଓ ବିଶାଲ ସିଂଙ୍କୁ ଗଞ୍ଜାମ ପଠାଇଛନ୍ତି ସରକାର ।
ଜିଲ୍ଲାରେ ସ୍ଥିତି ବିଗିଡିବା ପରେ ଏବେ ସରକାରଙ୍କ ନିଦ ଭାଙ୍ଗିଛି । ଏବେ ବଡ ଚାଲେଞ୍ଜ ହେଉଛି ଏହାକୁ ନିୟନ୍ତ୍ରଣ କରିବା । ଯେଉଁଥିଲାଗି 2015 ବ୍ୟାଚ ଆଇଏଏସ ତଥା ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ପାରୁଲ ପଟୱାରୀଙ୍କୁ ଏଡିଏମ କ୍ଷମତା ଦିଆଯାଇଛି । ସେ ଛତ୍ରପୁର ସବ ଡିଭିଜନ ଦାୟିତ୍ବରେ ରହିବେ ।