ଓଡିଶା

odisha

ETV Bharat / city

ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟପାଳଙ୍କ ଦ୍ବାରା ଚିନ୍ମୟ ପାତ୍ର ସମ୍ବର୍ଦ୍ଧିତ - ସମାଜସେବାରେ ଚିନ୍ମୟ ପାତ୍ରଙ୍କ ଉଲ୍ଲେଖନୀୟ ଅବଦାନ

ସମାଜସେବାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ଚିନ୍ମୟ ପାତ୍ର । ରାଜଭବନରୁ ଆମନ୍ତ୍ରଣ ପାଇ କଟକର ସଂକଳ୍ପ ସେବା ସଂଘର ସଭାପତି ଚିନ୍ମୟ ପାତ୍ର ରାଜଭବନରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

ସମାଜ ସେବା ଉଲ୍ଲଖୀୟନୀୟ କାର୍ଯ୍ୟ ଯୋଗୁଁ ଚନ୍ମୟଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସମାଜ ସେବା ଉଲ୍ଲଖୀୟନୀୟ କାର୍ଯ୍ୟ ଯୋଗୁଁ ଚନ୍ମୟଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା

By

Published : Dec 9, 2021, 8:55 PM IST

Updated : Dec 9, 2021, 9:15 PM IST

ଭୁବନେଶ୍ବର:ସମାଜସେବାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ଚିନ୍ମୟ ପାତ୍ର । ରାଜଭବନରୁ ଆମନ୍ତ୍ରଣ ପାଇ କଟକର ସଂକଳ୍ପ ସେବା ସଂଘର ସଭାପତି ଚିନ୍ମୟ ପାତ୍ର ରାଜଭବନରେ ପହଞ୍ଚିଥିଲେ । ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଚିନ୍ମୟଙ୍କ ସମାଜସେବା କାର୍ଯ୍ୟ ବିଷୟରେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ରାଜ୍ୟପାଳ ।

ସମାଜ ସେବା ଉଲ୍ଲଖୟନୀୟ କାର୍ଯ୍ୟ ଯୋଗୁଁ ଚନ୍ମୟଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା

ଏହାକୁ ନେଇ ତାଙ୍କୁ ଉତ୍ସାହିତ କରିବା ସହ ଆଶୀର୍ବାଦ ଦେଇଛନ୍ତି । ଏହି ଅବସରରେ ସମାଜସେବୀ ଚିନ୍ମୟ ପାତ୍ର ରାଜ୍ୟପାଳଙ୍କ ନିକଟରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରିଛନ୍ତି । ବିଶେଷକରି ଜଳବାୟୁ ପରିବର୍ତ୍ତନରେ କୁତ୍ରିମ ଆଲୋକ ପ୍ରଦୂଷଣ ରୋକିବା, ଗୋସେବା ଓ ଗୋ ଆଧାରିତ କୃଷି କାର୍ଯ୍ୟ ପାଇଁ ପ୍ରୋତ୍ସାହନ, ଅସହାୟଙ୍କ ପାଇଁ ଥଇଥାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଚିନ୍ମୟ ।

ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟପାଳଙ୍କ ଦ୍ବାରା ଚିନ୍ମୟ ପାତ୍ର ସମ୍ବର୍ଦ୍ଧିତ

ଏହି ସବୁ ଦିଗରେ ଆଗାମୀ ଦିନରେ କିଭଳି କାର୍ଯ୍ୟ କରାଯିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟପାଳଙ୍କ ଆଶୀର୍ବାଦକୁ ଆଗକୁ କାର୍ଯ୍ୟ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଚିନ୍ମୟ ପାତ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Dec 9, 2021, 9:15 PM IST

ABOUT THE AUTHOR

...view details