ଭୁବନେଶ୍ବର:କୋରୋନା ଯୁଦ୍ଧରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟପାଳ । ବୁଧବାର ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 20 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥିସହ ମହାମାରୀରେ ବିରୋଧରେ ସରକାର ଲଢୁଥିବା ଯୁଦ୍ଧରେ ସାହାଯ୍ୟ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
କୋଭିଡ ପରି ବିଷମ ସ୍ଥିତିର ମୁକାବିଲା ଲାଗି ସରକାରଙ୍କ ସହ ହାତ ମିଳାଇ ଛିଡା ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟର ପ୍ରଥମ ନାଗରିକ ଭାବେ ନିଜ ଦାଇତ୍ୱ ନିଭାଉଛନ୍ତି ରାଜ୍ୟପାଳ ।