ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ପଞ୍ଚମ ଥର ଗାଦି ସମ୍ଭାଳିବା ପୂର୍ବରୁ ନିଜ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ନିର୍ବାଚନର ଫଳାଫଳ ପୁଣିଥରେ ନବୀନଙ୍କୁ ସରକାର ଗଢିବାକୁ ସୁଯୋଗ ଦେଇଥିବାରୁ ନୂଆ ସରକାର ଗଢିବା ଆଗରୁ ସେ ଇସ୍ତଫା ଦେଇଛନ୍ତି।
ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।
ଫାଇଲ ଫଟୋ
ତେବେ 27 ରେ ନୂଆ ମନ୍ତ୍ରୀ ମଣ୍ଡଳ ସହ ନୂଆ ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରୀମଣ୍ଡଳ ଗଠନ ନହେବା ଯାଏଁ କାର୍ଯ୍ୟକାରୀ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ରହିଛି।
ଭୁବନେଶ୍ବରରୁ ଅଜିତ କୁମାର ଦାସ, ଇଟିଭି ଭାରତ