ଓଡିଶା

odisha

ETV Bharat / city

କେତେ ଫୁଟର ହେବ ମୂର୍ତ୍ତି ? ସଂକ୍ରମଣ ସ୍ଥିତି ଦେଖି ସରକାର ନେବେ ଦର୍ଶନ ନିଷ୍ପତ୍ତି - ନବୀନ ସରକାର

ମୂର୍ତ୍ତି ଉଚ୍ଚତା ନେଇ ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୂର୍ତ୍ତି ଉଚ୍ଚତା ଓ ଭକ୍ତଙ୍କ ଦର୍ଶନ ନେଇ ଆସନ୍ତା ୨ ଦିନ ମଧ୍ୟରେ ସରକାର ନେବେ ନିଷ୍ପତ୍ତି । ଅଧିକ ପଢନ୍ତୁ....

ସଂକ୍ରମଣ ସ୍ଥିତି ଦେଖି ମଣ୍ଡପ ଦର୍ଶନ ଉପରେ ନିଷ୍ପତ୍ତି ନେବେ ସରକାର
ସଂକ୍ରମଣ ସ୍ଥିତି ଦେଖି ମଣ୍ଡପ ଦର୍ଶନ ଉପରେ ନିଷ୍ପତ୍ତି ନେବେ ସରକାର

By

Published : Sep 8, 2021, 12:28 PM IST

Updated : Sep 8, 2021, 2:02 PM IST

ଭୁବନେଶ୍ବର :ମୂର୍ତ୍ତି ଉଚ୍ଚତା ନେଇ ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ପୂଜା ସମୟରେ ମଣ୍ଡପର ୩ ପଟ ଆବଦ୍ଧ ରହିବ କି ନାହିଁ ତାହା ଅକ୍ଟୋବରର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର । ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଶାନ୍ତି କମିଟି ଓ ଦୁର୍ଗା ପୂଜା କମିଟି ସ୍ବାଗତ କରିଛି ।

କେତେ ଫୁଟର ହେବ ମୂର୍ତ୍ତି ? ସଂକ୍ରମଣ ସ୍ଥିତି ଦେଖି ସରକାର ନେବେ ଦର୍ଶନ ନିଷ୍ପତ୍ତି

ବୈଠକରେ ସରକାର ଓ ପୂଜା କମିଟି ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । କାହିଁକି କଟକଣା ନିଷ୍ପତ୍ତି ନିଆଯାଇଛି ବୋଲି ପୂଜା କମିଟିକୁ ଜଣାଇଛନ୍ତି ସରକାର । ଏହାସହ ଅନ୍ୟ ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି । ସୁପ୍ରିମକୋର୍ଟ ଗାଇଡଲାଇନ୍ ନେଇ ଆଲୋଚନା ହୋଇଛି । ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ସରକାର ରାଜି ଅଛନ୍ତି । ଉଚ୍ଚତା ବୃଦ୍ଧିରେ କୌଣସି ସମସ୍ୟା ନାହିଁ ବୋଲି ସରକାର ମତ ଦେଇଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କ ସହ ଏସଆରସି, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ । ମଙ୍ଗଳବାର ବିଧାନସଭାରେ ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ଉଠିଥିଲା । କଟକ ସହର ସହ ସାରା ରାଜ୍ୟରେ ମୂର୍ତ୍ତି ଉଚ୍ଚତାରେ କଟକଣା ନ ରଖିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ବିଧାୟକ । ସମସ୍ତଙ୍କୁ ପୂଜା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଥିଲା । ଏନେଇ ପୁନର୍ବିଚାର ପାଇଁ ରୁଲିଂ ଦେଇ ଥଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Sep 8, 2021, 2:02 PM IST

ABOUT THE AUTHOR

...view details