ଭୁବନେଶ୍ୱର: କୋରୋନା ସଙ୍କଟ ସମୟରେ ଔଷଧ ଅଭାବ ନେଇ ପ୍ରତିକ୍ରିୟା ରଖିଲେ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏହି ସମୟରେ ସରକାର ମେଡିସିନ ମହଜୁଦ ରଖିବାକୁ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।
'ସରକାର ତୁରନ୍ତ ଅତ୍ୟାବଶ୍ୟକ ଔଷଧ ବ୍ୟବସ୍ଥା କରନ୍ତୁ' - ଆଦିତ୍ୟ ଅଶ୍ୱିନୀ ଡାକ୍ତରଙ୍କ ଔଷଧ ସଜାଗ
କୋରୋନା ସଙ୍କଟ ସମୟରେ ଔଷଧ ଅଭାବ ନେଇ ପ୍ରତିକ୍ରିୟା ରଖିଲେ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ...
'ସରକାର ତୁରନ୍ତ ଅତ୍ୟାବଶ୍ୟକ ଔଷଧ ବ୍ୟବସ୍ଥା କରନ୍ତୁ'
ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗୃହ ସଂଗରୋଧରେ ଅଧିକରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ହେଲେ ଚିନ୍ତାର ବିଷୟ ହେଉଛି କୋଭିଡକୁ କାବୁ କରିବା ପାଇଁ ବ୍ୟବହାର ହେଉଥିବା ରାମଡେସିଭିର, ଫାବିପିରାଭିର ବହୁଳ ମାତ୍ରାରେ ଆବଶ୍ୟକ ପଡିବାର ସମ୍ଭାବନା ରହିଛି । ତେଣୁ ସରକାର ଏଭଳି ଜରୁରୀ ସମୟରେ ଔଷଧ ମହଜୁଦ କରି ରଖନ୍ତୁ ବୋଲି ଅଶ୍ୱିନୀ ଡାକ୍ତର କହିଛନ୍ତି ।
ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ