ଭୁବନେଶ୍ବର: ମହାମାରୀ କୋରୋନାର ସାମ୍ଭାବ୍ୟ ଲହର ପାଇଁ ରାଜ୍ୟରେ ସ୍ଥାୟୀ ସ୍ବାସ୍ଥ୍ୟଗତ ଢାଞ୍ଚା ପ୍ରସ୍ତୁତ କରିବାକୁ ହେବ । ଦେବଗଡ଼ ଜିଲ୍ଲା ରେ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲର ଲୋକାର୍ପଣ କରିଛନ୍ତି ।
ଦେବଗଡ଼ ଜିଲ୍ଲା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସରେ ଏହି 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଲୋକାର୍ପିତ ହୋଇଛି । ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ପକ୍ଷରୁ ଏକ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଉଛି । ରାଜ୍ୟ ସରକାର ଖୁବଶୀଘ୍ର ଏହି ହସ୍ପିଟାଲର କାମ ଆରମ୍ଭ କରିବା ପାଇଁ ଅନୁମତି ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଦେବଗଡ ନୂତନ କୋଭିଡ ହସ୍ପିଟାଲରେ କୋରୋନା ସଂକ୍ରମିତଙ୍କ ପାଇଁ ସମସ୍ତ ସୁବିଧା ରହିଛି । ଏହି ହସ୍ପିଟାଲରେ ୨ଟି ଭେଣ୍ଟିଲଟର, 3ଟି ଭେଣ୍ଟିଲେଟର ସୁବିଧା ସହ 3ଟି ଶିଶୁ ଶଯ୍ୟା, 32 ଏନଆଇଭି ଭେଣ୍ଟିଲେଟର ସହ ଏଚଡିୟୁ(HDU) ବେଡ୍, ସ୍ବତନ୍ତ୍ର ଶିଶୁ ବିଭାଗ ଏବଂ ଅକ୍ସିଜେନ୍ ସୁବିଧା ଓ ଉଚ୍ଚମାନର ଟେଷ୍ଟିଂ ଭିତ୍ତିଭୁମି ସୁବିଧା ରହିଛି । ଏହି ସମସ୍ତ ସୁବିଧା ଦେବଗଡ଼ବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ।