ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ନୀତିକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ । ନିର୍ବାଚନ ବେଳେ କାଳିଆ ଯୋଜନା ଆଣି ଲୋକଙ୍କୁ ଭେଳିକି ଦେଖାଇଲେ ସରକାର । ଏବେ ପୁଣି କହୁଛନ୍ତି 5 ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ଗୋଟିଏ ପଟେ ଚାଷୀଙ୍କ ଆୟ କାମୁଥିବା ସରକାର ସ୍ବୀକାର କରିଛନ୍ତି । ଅନ୍ୟପଟେ କୃଷକମାନଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷଣା ହେଉଥିବା କହିଛନ୍ତି ବିରୋଧୀ ନେତା ।
ସୂଚନା ଅନୁଯାୟୀ 17ଟି ଜିଲ୍ଲାରେ ଚାଷୀଙ୍କ ଆୟ କମିଛି । ତଥାପି କୃଷକଙ୍କ ପାଇଁ ଯୋଜନା ପରେ ଯୋଜନା ଘୋଷଣା କରାଯାଉଛି। ସ୍ବତନ୍ତ୍ର ବଜେଟ ମଧ୍ୟ ହେଉଛି। ଆଳୁ ପିଆଜ ଭଳି ମିଶନ ହେଉଛି ହେଲେ ଚାଷୀଙ୍କ ଆୟ କାହିଁକି କମୁଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତି।