ଭୁବନେଶ୍ବର: ଦୀର୍ଘ ଦିନର ଅବଧି ପରେ ଖୋଲିଛି ସ୍କୁଲ ଓ କଲେଜ । ଅନଲାଇନ ପରେ ଅଫଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବାବେଳେ କୋର୍ସ ସାରିବା ସହ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଏମାନେ ।
ବିଶେଷ କରି ଯୁକ୍ତ ଦୁଇ ପରେ ବିଟେକ ଓ ବି ଫାର୍ମା ଭଳି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଥିବାରୁ ଏନେଇ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ଏହି ପରୀକ୍ଷା କରିବା ପାଇଁ ନିଜସ୍ବ ସଂସ୍ଥା ଥିବାବେଳେ ସେମାନେ ମଧ୍ୟ ପରୀକ୍ଷା ପ୍ରସ୍ତୁତରେ ଲାଗି ପଡିଛନ୍ତି । ତେବେ କୋରୋନା ପାଇଁ ସିଲାବସ କମ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସଂସ୍ଥା ମଧ୍ୟ ସେହି ଅନୁଯାୟୀ ପ୍ରଶ୍ନ ତିଆରି କରିବ ବୋଲି କୁହାଯାଉଛି ।