ଓଡିଶା

odisha

ETV Bharat / city

ବଜେଟ୍ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ, ପ୍ରସ୍ତାବ ପାଇଁ ଅର୍ଥ ବିଭାଗର ଚିଠି - ରାଜ୍ୟ ସରକାର

ଆସନ୍ତା 2022-23 ଆର୍ଥିକ ବର୍ଷ ବଜେଟ ଲାଗି ପ୍ରସ୍ତୁତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ବିଭାଗର ମତାମତ ଲୋଡ଼ିଛନ୍ତି । ଆସନ୍ତା ଡିସେମ୍ବର 15 ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବା ଲାଗି ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ । ଅଧିକ ପଢନ୍ତୁ...

ବଜେଟ୍ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ; ଚିଠା ଦେବାକୁ ଅର୍ଥ ବିଭାଗର ଚିଠି
ବଜେଟ୍ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ; ଚିଠା ଦେବାକୁ ଅର୍ଥ ବିଭାଗର ଚିଠି

By

Published : Oct 7, 2021, 1:24 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି ବଜେଟ୍ ପ୍ରସ୍ତୁତି । ଆସନ୍ତା 2022-23 ଆର୍ଥିକ ବର୍ଷ ବଜେଟ ଲାଗି ପ୍ରସ୍ତୁତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ବିଭାଗର ମତାମତ ଲୋଡ଼ିଛନ୍ତି । ଆସନ୍ତା ଡିସେମ୍ବର 15 ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବା ଲାଗି ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ ।

ରାଜ୍ୟର ପ୍ରାଥମିକତା ଓ ଏସଡିଜି ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରଗୁଡିକୁ ବଜେଟ୍ ପ୍ରସ୍ତୁତି ସମୟରେ ପ୍ରାଥମିକତା ଦେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ବିଶେଷକରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଗୁଡ଼ିକରେ ମିଳୁଥିବା ଅର୍ଥକୁ ଦୃଷ୍ଟିରେ ରଖି ସବୁ ବିଭାଗ ବଜେଟ୍ ପ୍ରସ୍ତୁତି କରିବା ଉପରେ ଗୁରୁତ୍ବ ଦିଆଯାଇଛି । 2021-22 ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ପରିମାଣ ମୋଟ ଘରୋଇ ଉତ୍ପାଦନର 25 ପ୍ରତିଶତ ଛୁଇଁବ । 2022-23 ବଜେଟ୍‌ରେ ଏହାର ପରିମାଣ ସମାନ ରହିବ ବୋଲି ଅର୍ଥ ବିଭାଗ ଆକଳନ କରିଛି ।

ତେଣୁ ରାଜ୍ୟ ଅର୍ଥ କମିଶନ ବ୍ୟୟ ବରାଦ ବାହାରେ କୌଣସି ଯୋଜନା ପାଇଁ ଅର୍ଥ ଆବଣ୍ଟନ ନକରିବାକୁ ଚିଠିରେ ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାର ଏବେ 5 ବର୍ଷିଆ ଯୋଜନାରେ ପ୍ରାଥମିକତା ଦେଉଥିବା କ୍ଷେତ୍ର ଗୁଡ଼ିକ ନିମନ୍ତେ ବଜେଟରେ ଆବଶ୍ୟକ ବ୍ୟୟ ବରାଦ କରିବାକୁ ମଧ୍ୟ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବଜେଟରେ ପ୍ରାଥମିକ ସ୍ବାସ୍ଥ୍ୟ, କେନ୍ଦ୍ରସ୍ତରରେ ଆଧୁନିକ ଭିତ୍ତିଭୂମି ସୁବିଧା, ରାଜ୍ୟରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ସୁବିଧା, ଗ୍ରାମାଞ୍ଚଳରେ ପ୍ରାଥମିକ ସ୍କୁଲରେ ଆଇଟି ଭିତ୍ତିକ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଆଦି ମାଧ୍ୟମରେ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ 1 ଲକ୍ଷ 72 ହଜାର କୋଟିରେ ବଜେଟ୍ ପହଞ୍ଚିଛି ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details