ଓଡିଶା

odisha

By

Published : Nov 10, 2021, 3:38 PM IST

ETV Bharat / city

ଜଟଣୀର 27ଟି ଗାଁର ଜମି ଛଡାଇ ନେଇଛନ୍ତି ସରକାର: ସୁର

ଜଟଣୀର 27ଟି ଗାଁର ଲୋକଙ୍କ ପୈତୃକ ଜମିବାଡି ଛଡାଇ ନେଇଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

ଜଟଣୀର 27ଟି ଗାଁର ଜମି ଛଡାଇ ନେଇଛନ୍ତି ସରକାର: ସୁର
ଜଟଣୀର 27ଟି ଗାଁର ଜମି ଛଡାଇ ନେଇଛନ୍ତି ସରକାର: ସୁର

ଭୁବନେଶ୍ବର:ଜଟଣୀ ମ୍ୟୁନିସିପାଲ ସଂଲଗ୍ନ ଥିବା 27ଟି ଗାଁ ଲୋକଙ୍କ ପୈତୃକ ଜମିବାଡି ଛଡାଇ ନେଇଛନ୍ତି ରାଜ୍ୟ ସରକାର । ଫଳରେ ପ୍ରଭାବିତ ହୋଇଛନ୍ତି 7 ଲକ୍ଷ ଲୋକ । ସରକାରଙ୍କ ପାଖକୁ ଦୌଡିଦୌଡି ନୟାନ୍ତ ହେଲେ ବି ଫଳ ଶୂନ । ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସୁର ।

ଜଟଣୀର 27ଟି ଗାଁର ଜମି ଛଡାଇ ନେଇଛନ୍ତି ସରକାର: ସୁର
ସେ ଅଭିଯୋଗ କରିଛନ୍ତି କି, 2012 ମସିହାରେ ଜଟଣୀ ଲୋକଙ୍କ ଜମି ଭୁଲବଶତଃ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଥିଲା । ଯେଉଁଥିପାଇଁ ପ୍ରଭାବିତ ହୋଇଥିଲେ ପ୍ରାୟ 7 ଲକ୍ଷ ଲୋକ । କିନ୍ତୁ ଏ ଜମି ଏବେ ଲୋକଙ୍କ ସୁବିଧାରେ କାମରେ ଆସୁନାହିଁ । ଏଥିପାଇଁ ସରକାରଙ୍କ ପାଖକୁ ଦୌଡ଼ି ଦୌଡ଼ି ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଆଗାମୀ 2 ମାସ ମଧ୍ୟରେ ସରକାର ଯଦି କୌଣସି କାର୍ଯ୍ୟ ହାତକୁ ନ ନିଅନ୍ତି ବାଧ୍ୟ ହୋଇ କ୍ଷତିଗ୍ରସ୍ତ ଲୋକେ ନବୀନ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ସୁର । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details