ଭୁବନେଶ୍ବର:ରାଜଧାନୀ ବିଡିଏ ଅନ୍ତର୍ଗତ ବାଲିଅନ୍ତା ତହସିଲ ଅଞ୍ଚଳରେ ବ୍ୟାପକ ଦୁର୍ନୀତି । ବାଲିଅନ୍ତା ତହସିଲ ଅଣ୍ଡିଲୋ ଗାଁରେ ସରକାରୀ ଜମି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଗୁଣ୍ଠେ କି ଏକର ନୁହେଁ ପୁରା 4 ଏକର ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାଁରେ ପଟ୍ଟା କରାଇ ନେଇଛି ଜଣେ ସ୍ଥାନୀୟ ବାସିନ୍ଦା ।
ବ୍ୟକ୍ତି ଜଣକ ଉକ୍ତ ଗାଁର ସନ୍ତୋଷ ସାହୁ । ସେ ଖାତା ନଂ- 611, ପ୍ଲଟ ନଂ- 480, 618, ୬୩୦, ୨୮୬/୨୬୬୧, ୧୩୦୪, ୧୨୭୦, ୧୨୭୩, ୧୨୩୧ ପ୍ଲଟକୁ ବିଭିନ୍ନ ଜମି ମାଫିଆଙ୍କ ନାମରେ କେବଳ କରିନାହାଁନ୍ତି ତାଙ୍କୁ ଓଏଲଆର 8 (A)ରେ ରୂପାନ୍ତରିତ ମଧ୍ୟ କରିଛନ୍ତି ।