ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ବହୁ ବାଦ ବିବାଦ ପରେ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଶ୍ରୀଗୁଣ୍ଡିଚା ଯାତ୍ରା । ସେହିପରି ଆସନ୍ତା ଜୁଲାଇ 1ରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଆଉ ଏହି ସମୟରେ ନିୟୋଜିତ ସେବାୟତମାନେ କୋରୋନା କଟକଣା ମାନି ନୀତିକାନ୍ତି ସମ୍ପନ୍ନ କରିବେ । ତେବେ ସେବାୟତଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଯୋଗାଇ ଦିଆଯିବ ସ୍ବତନ୍ତ୍ର ମାସ୍କ । ଏନେଇ ଭୁବନେଶ୍ବର ଆଇଟିଆଇରେ ଏହି ମାସ୍କ ତିଆରି କାର୍ଯ୍ୟ ଜାରି ରହିଛି ।
ସରକାରୀ ଆଇଟିଆଇରେ ପ୍ରସ୍ତୁତ ହେଉଛି ମାସ୍କ, ବାହୁଡାରେ ପିନ୍ଧିବେ ସେବାୟତ - ITI preparing mask
ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସେବାୟତଙ୍କୁ ଯୋଗାଇ ଦିଆଯିବ ସ୍ବତନ୍ତ୍ର ମାସ୍କ । ଭୁବନେଶ୍ବରର ଆଇଟିଆଇରେ ଏହି ମାସ୍କ ତିଆରି କାମ ଜାରି ରହିଛି । ଅଧିକ ପଢନ୍ତୁ...
ସରକାରୀ ଆଇଟିଆଇରେ ପ୍ରସ୍ତୁତ ହେଉଛି ମାସ୍କ, ବାହୁଡାରେ ପିନ୍ଧିବେ ସେବାୟତ
ସରକାରୀ ଆଇଟିଆଇରେ ପ୍ରସ୍ତୁତ ହେଉଛି ମାସ୍କ, ବାହୁଡାରେ ପିନ୍ଧିବେ ସେବାୟତ
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି 1500 ମାସ୍କ ତିଆରି କରିବାକୁ ଅର୍ଡର ମିଳିଥିବା କହିଛନ୍ତି ଆଇଟିଆଇ ଅଧ୍ୟକ୍ଷା ଜିତମିତ୍ରା ଶତପଥୀ । ଏହାକୁ ଉଚିତ ସମୟ ମଧ୍ୟରେ ଡେଲିଭରି ଦେବା ପାଇଁ ଟ୍ରେନି ଛାତ୍ରଛାତ୍ରୀମାନେ କାର୍ଯ୍ୟରେ ଜୋରସୋରରେ ଲାଗି ପଡିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ