ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତଙ୍କୁ ଚିହ୍ନଟ ପାଇଁ କୋଭିଡ୍ ପରୀକ୍ଷା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସରକାରୀ ହସ୍ପିଟାଲଠୁ ଆରମ୍ଭ କରି ଘରୋଇ ହସ୍ପିଟାଲ, ସବୁଠି ଟେଷ୍ଟ କରାଯାଉଛି । ପ୍ରଥମରୁ ରାଜ୍ୟରେ ଟେଷ୍ଟ ସଂଖ୍ୟା କମ ଥିବାବେଳେ ଏବେ ଏହା ବଢିବାରେ ଲାଗିଛି ।
କେବଳ କ୍ୟାପିଟାଲ ହସ୍ପିଟାଲରେ ସେପ୍ଟେମ୍ବର 24 ତାରିଖ ସୁଦ୍ଧା 82 ହଜାର 221ଟି ଟେଷ୍ଟ ହୋଇଛି । ଯେଉଁଥିରେ ଆରଟିପିସିଆରରେ 72 ହଜାର 879 ଟି, ଆଣ୍ଟିବଡିରେ 5 ହଜାର 42 ଟି, ଆଣ୍ଟିଜେନରେ 3 ହଜାର 700ଟି ଓ ଟ୍ରୁନାଟରେ 600ଟି ଟେଷ୍ଟ କରାଯାଇଛି । ଏବେ ଏଠାରେ ଦୈନିକ 400 ରୁ 500 ଟେଷ୍ଟ କରାଯାଉଛି । ତେବେ ସେପ୍ଟେମ୍ବର 24 ତାରିଖ ହସ୍ପିଟାଲରେ ଆରଟିପିସିଆରରେ 897 ଟି ଟେଷ୍ଟ ହୋଇଥିବାବେଳେ ଆଣ୍ଟିଜେନ 800 ଟେଷ୍ଟ କରାଯାଇଛି। ଏହାସହ ଏଠାରେ ପର୍ଯ୍ୟାପ୍ତ ପରିମାଣରେ କିଟ୍ ମଧ୍ୟ ରହିଛି ।