ଭୁବନେଶ୍ବର: ଖରାଦିନେ ସ୍ଵଛ ପାନୀୟ ଜଳ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରଙ୍କ ପଦକ୍ଷେପ। ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି କରାଗଲା ଟୋଲ ଫ୍ରି ନମ୍ବର। ସହରାଞ୍ଚଳ ପାଇଁ 18003456783 ଓ ଗ୍ରାମାଞ୍ଚଳ ପାଇଁ 1916 ନମ୍ବର ଜାରି। ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ।
ଏହା ସହିତ ଯେଉଁ ଅଞ୍ଚଳରେ ପିଇବା ପାଣିର ସୁବିଧା ନାହିଁ ସେଠାରେ ଟ୍ୟାଙ୍କର ଓ ବଡ଼ ବଡ଼ ଟାଙ୍କି ମାଧମରେ ପାଣି ଯୋଗାଇ ଦେବେ ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବାପାଇଁ ଇଞ୍ଜିନିଅର ଅଫିସ, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି।